|
logo
Live

Argus News - ଦୀର୍ଘ ବର୍ଷ ଶାସନ କାଳରେ ବି ସୁଧୁରି ପାରିଲାନି ଗାଁର ଅବସ୍ଥା

Odisha

ଦୀର୍ଘ ବର୍ଷ ଶାସନ କାଳରେ ବି ସୁଧୁରି ପାରିଲାନି ଗାଁର ଅବସ୍ଥା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୀର୍ଘ ବର୍ଷ ଶାସନ କାଳରେ ବି ସୁଧୁରି ପାରିଲାନି  ଗାଁର ଅବସ୍ଥା

ଅର୍ଗସ ବ୍ୟୁରୋ:  ଆମେ କହୁଚୁ ଗଜପତି ଜିଲ୍ଲା ଅର୍.ଉଦୟଗିରି ବ୍ଳକ ଅନଘା ଗ୍ରାମ ପଞ୍ଚାୟତର 13 ନଂ ୱାର୍ଡ଼ ତଥା ତୁବୁରୁସିଂ, ବାଲିଗୁମା , ବେନୁ ସାହି କଥା । ନା ଚାଲିବାକୁ ଅଛି ଭଲ ରାସ୍ତା ନା ଅଛି ପିଇବାକୁ ବସୁଧା ପାଣି । ଏହି ଅଞ୍ଚଳର ଦୈନନ୍ଦିନ ହାଟ ବଜାର କହିଲେ 12/13 କିଲୋମିଟର ଦୂରରେ ଥିବା ରାମଗିରି ଉପରେ ନିର୍ଭର କରନ୍ତି । ସ୍କୁଲ କଲେଜ ମେଡିକାଲ ଏପରିକି ନିଜ ଜିବିକାଲାଗି ପନିପରିବା ବିକ୍ରି ଲାଗି ଏହି ରାସ୍ତା କୁହିଁ ଭରସା । ସ୍ଵାସ୍ଥ୍ୟଗତ ସମସ୍ୟା ହେଲେ ସେହି ଅବସ୍ଥା ନକହିବା ଭଲ ।

ନିର୍ବାଚନୀ ବେଳେ ହିଁ ରାଜ ନେତା ମାନଙ୍କ ପାଦ ପଡେ ଏହି ଗ୍ରାମରେ , ତାହା ପୁଣି ମାଳ ମାଳ ମିଛ ପ୍ରତି ଶ୍ରୁତି ଦେବାକୁ । କିନ୍ତୁ ତା ପରବର୍ତ୍ତୀ ସମୟରେ ସେ ପ୍ରତିଶ୍ରୁତି ପାଣିର ଗାର ଭଳି ରହିଯାଉଛି ।ପାଣି ମୁନ୍ଦିଏ ପାଇଁ ପାହାଡିଆ ରାସ୍ତାଦେଇ ବିଲ ମାଳରେ ଗଲେ ଗୋଟେ ଝରଣା ପାଣିକୁ ନେଇ ଆସିଲେ ପରିବାର ବଞ୍ଚିବ । ତାହାବି ଖରା ବର୍ଷା ଶୀତ କାକରରେ ।

ତେବେ ରାଜ୍ୟ ସରକାର ଓ ନିଦାବିଷ୍ଣୁ ପ୍ରଶାସନ ବିକାଶର ମାଳ ପିନ୍ଧି ଚାଲୁଥିବା ବେଳେ ଏହି ତୁବୁରୁ ସିଂ ଗ୍ରାମର ଚିତ୍ର ଦେଖିଲେ ଏହାର କେତେ ବିକାଶ ହେଇଚି ଓ ଲୋକଙ୍କ ପାଇଁ ସରକାର କେତେ ଦରଦ ଦେଖାଉଛି ତାହା ସ୍ଵଷ୍ଠ ଜଣା ପଡ଼ୁଚି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
ଦୀର୍ଘ ବର୍ଷ ଶାସନ କାଳରେ ବି ସୁଧୁରି ପାରିଲାନି ଗାଁର ଅବସ୍ଥା | Argus English