ବିକାଶ ନୁହେଁ ରୋଜଗାର ପନ୍ଥା ମଧ୍ୟ ଏବେ ଅପହଞ୍ଚ

ଅର୍ଗସ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ଫିଟିନି ରାସ୍ତା । ଜନଜାତିଙ୍କ ସହ ବାରମ୍ବାର ପ୍ରତାରଣା । କେବଳ ବିକାଶ ନୁହେଁ ରୋଜଗାର ପନ୍ତା ମଧ୍ୟ ଏବେ ଅପହଞ୍ଚ । ସରକାରଙ୍କ ମାଲମାଲ ଯୋଜନା ସତ୍ତ୍ୱେ ମଧ୍ୟ ଏବେ ଵି ଏମାନେ ଅବିକଶିତ। କାଉଡ଼ି ରେ ବୁହା ହେଉଛନ୍ତି ମା । ଗାଁକୁ ସନ୍ନମାନ ମାଙ୍କୁ ସନ୍ନମାନର ନାରା ଦେଉଛନ୍ତି ରାଜ୍ୟ ସରକାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନାଗି ଜିଲ୍ଲା, ଖଇରପୁଟ ବ୍ଲକ, ମାଡ଼କାପଦର ପଞ୍ଚାୟତର ବାଘଖଦ୍ରା ଗ୍ରାମରେ।
ବଣ ପାହାଡ ଘେରା ମଧ୍ୟରେ ରହିଛି ବାଘଖଦ୍ରା ଗାଁ । କେଉଁ ଅମଳରୁ ବସବାସ କରି ଆସୁଛନ୍ତି ଆଦିମ ଜନଜାତି । ଗାଁକୁ ଯିବା ପାଇଁ ଏକ ପାଦ ଚଲା ପତୁରିଆ ରାସ୍ତା ହିଁ ସେମାନଙ୍କର ସହାଭାରସା । ତାହା ମଧ୍ୟ ଖାଲଖମାରେ ପରିପୂର୍ଣ । ସେହି ରାସ୍ତାରେ ନୀତିଦିନ ଯିବା ଆସିବା କରନ୍ତି ସେଠାକାର ଲୋକେ। ସେହି ରାସ୍ତାରେ ଦୁଇ ଚକିଆ ଗାଡି ଯିବା ମୁସ୍କିଲ ହୋଇ ପଡୁଥିବା ବେଳେ ଚାରି ଚକିଆ ଯିବ ବା କୁଆଡେ । ହି ଗାଁରେ 36 ପରିବାର ବସବାସ କରୁଛନ୍ତି । ସରକାରଙ୍କ ମୌଳିକ ସୁବିଧା କହିଲେ ଗାଁରେ କେବଳ ଦୁଇଟି ନଳକୂପ ନିର୍ମାଣ କରାଯାଇଛି । ତାହା ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ବାହାରୁ ନାହିଁ /ଖରାଦିନ ଆସିଲେ ଶୁଖିଯାଉଛି ।
ଏ ଏନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଗ୍ରାମବାସୀ କିନ୍ତୁ କୌଣସି ସୁଫଳ ମିଳିନାହିଁ । ଆଗାମୀ ଦିନରେ ସରକାର ଗାଁ ପ୍ରତି ଦୃଷ୍ଟି ନଦିଅନ୍ତି ତାହେଲେ ଭୋଟ ବର୍ଜନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: