|
logo
Live

Argus News - ୩ ଦଶନ୍ଧି ପରେ ବି ଆଗେଇ ପାରୁନି ପ୍ରକଳ୍ପ କାମ

Odisha

୩ ଦଶନ୍ଧି ପରେ ବି ଆଗେଇ ପାରୁନି ପ୍ରକଳ୍ପ କାମ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୩ ଦଶନ୍ଧି ପରେ ବି ଆଗେଇ ପାରୁନି ପ୍ରକଳ୍ପ କାମ

ଅର୍ଗସ ବ୍ୟୁରୋ:  ୩ ଦଶନ୍ଧି ପରେ ବି ଆଗେଇ ପାରୁନି ପ୍ରକଳ୍ପ କାମ।  ୯୦ ଦଶକରେ ସ୍ଥାପିତ ହୋଇଥିବା ଭିତିପ୍ରସ୍ତର ପ୍ରକଳ୍ପ ଆଜି ବି ଅଧପନ୍ତରିଆ । ପଂଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ପ୍ରକଳ୍ପର ଭିତିପ୍ରସ୍ତର କାମ ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କରକମଳରେ ହୋଇଥିବା ବେଳେ  ତାହା ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ଏ ହେଉଛି ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ ଛକ ଠାରୁ ବଡ଼ କୁଆଁଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୃଶ୍ୟ । ମାତ୍ର ୧୨ କିଲୋମିଟର ରାସ୍ତା କାମ ବିଗତ ୩୩ ବର୍ଷ ଭିତରେ ଶେଷ ହୋଇପାରିନାହିଁ। ପଂଳରେ ଲୋକେ ମାଟି ରାସ୍ତାରେ ଯାତାୟତ କରୁଛନ୍ତି । ବର୍ଷା ଦିନେ ଏହି ରାସ୍ତା ସଂପୁର୍ଣ୍ଣ ବନ୍ଦ ହୋଇଯାଏ। ବାରମ୍ବାର ଦାବୀ ସତ୍ୱେ ଏହି ରାସ୍ତା ନିର୍ମାଣ ହେଉନଥିବାରୁ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି।

ମୋଟ ୧୨ କି.ମି. ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରାଯିବା ପାଇଁ ସ୍ଥିର ହୋଇଥିଲା। ସେଥିମଧ୍ୟରେ ପୋଲ ଏବଂ ରାସ୍ତା ମିଶାଇ ୮ କିଲୋମିଟର କାମ ସରିଛି। କିନ୍ତୁ ବାକି ୪ କିଲୋମିଟର ରାସ୍ତା ଜମି ଅଧିଗ୍ରହଣ ସମସ୍ୟା ପାଇଁ ଅଟକି ରହିଛି। ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରି ଠିକାଦାର ପାର ହୋଇଯାଇଥିବା ବେଳେ ଏହି ପୋଲକୁ ସଂଯୋଗ କରୁଥିବା ରାସ୍ତା କାମ ସରିପାରିନି। ପଂଳରେ ଲୋକେ ବୁଲି ବୁଲି ଯାତାୟତ କରୁଛନ୍ତି। ସମସ୍ୟା ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁପଂଳ ମିଳୁନାହିଁ। ସେପଟେ ପୂର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିଲା। ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହା ହୋଇପାରିନଥିଲା। ସେଥିପାଇଁ ଏହି ପ୍ରକଳ୍ପକୁ ୨୦୧୭ ମସିହା ରେ  ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବ ହେଉଛି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜମି ଅଧିଗ୍ରହଣ ହେଇ ପାରୁ ନଥିବା କାରଣ ଦର୍ଶାଇ ଚୁପ ବସିଛି ପ୍ରଶାସନ। ୧୨ କିଲୋମିଟର ରାସ୍ତାକୁ ସଂପୁର୍ଣ୍ଣ ହେବା ପାଇଁ ୩୩ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଲଗିଲାଣି। ତେବେ ଏହା କେବେ ସମ୍ପୂର୍ଣ୍ଣ  ହେବ ଆଉ କେତେ ବର୍ଷ ଲାଗିବ ତାକୁ ନେଇ ଚର୍ଚା ଜୋର ଧରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Sponsored
୩ ଦଶନ୍ଧି ପରେ ବି ଆଗେଇ ପାରୁନି ପ୍ରକଳ୍ପ କାମ | Argus English