ଆତଙ୍କ ଖେଳାଇଛନ୍ତି ହାତୀପଲ, ଲୋକେ ଭୟଭୀତ
·2 years ago

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ହେବ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ହାତୀପଲ ଦାଉରୁ ଧନ ଜୀବନ ସୁରକ୍ଷା କରିବାରେ ବନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ହାତୀପଲ ଜଂଗଲ ଛାଡି ଜନବସତି ଆଡକୁ ଆସି କରିଛନ୍ତି ନଷ୍ଟ କରିଛନ୍ତି ଫସଲ । ଟାଗିଂ ରେଜଂ ନିରାକାରପୁର, ରାମେଶ୍ୱର ଓ ଲେଣ୍ଡୋ ଗ୍ରାମପଞ୍ଚାୟତ ଅଂଚଳରେ ୨୩ଟିକିଆ ହାତୀପଲ ୭/୮ଦିନ ଧରି ଲଗାତାର ଭାବରେ ଉପଦ୍ରବ କରୁଛନ୍ତି ।
ଯାହାଫଳରେ ଲୋକେ ଭୟଭୀତ ହୋଇଛନ୍ତି। ସେପଟେ ଯଥାଶୀଘ୍ର ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। କ୍ଷତିପୂରଣ ନମିଳିଲେ ଚାଷୀ ଆତ୍ମହତ୍ୟା କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: