Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ଦନ୍ତା

Odisha

ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ଦନ୍ତା

Ritu Das
Browse all articles by Ritu Das
·2 years ago·1 min read
ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ଦନ୍ତା

ଅର୍ଗସ ବ୍ୟୁରୋ: ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଜଙ୍ଗଲୀ ଦନ୍ତା। ବେଫିକର ହୋଇ ପଡିଛି ବନବିଭାଗ। ଫଳରେ ଭୟଭୀତ ଅବସ୍ଥାରେରେ ସ୍ଥାନୀୟ ଅଞ୍ଚଳ ବାସୀ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ କାଞ୍ଚନପୁର ଜଙ୍ଗଲରେ l ଆଜିକୁ 4 ରୁ 5ଦିନ ହେଲା କାଞ୍ଚନପୁର ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ଗୁରୁତର ହୋଇ ବୁଲୁଥିବା ଦେଖିବାକୁ ମିଳିଛି। 

ହାତୀର ସମ୍ମୁଖ ଭାଗର ବାମ ପଟ ଗୋଡ଼ରେ ଗଭୀର କ୍ଷତ ହେବା ସହ ସଂକ୍ରମଣ ଥିବା  ଦେଖା ଯାଇଛି l ସଂକ୍ରମଣ ଯୋଗୁଁ ହାତୀଟି ଚଳପ୍ରଚଳ କରିବାରେ ସମସ୍ୟା ହେଉଥିବା ବେଳେ ଏପରିକି ନିଜ  ଖାଦ୍ୟ ସଂଗ୍ରହ କରିବାରେ ହୋଇ ପଡିଛି ଅସମର୍ଥ l ଫଳରେ ଦିନକୁ ଦିନ ଦୁର୍ବଳ ହୋଇ ପଡିଲାଣି ଦନ୍ତାହାତୀ l ସ୍ଥାନୀୟ ଲୋକେ ବାରମ୍ବାର ବନ ବିଭାଗକୁ ଜଣାଇଲ। ପରେ ମଧ୍ୟ ବନ ବିଭାଗ କର୍ଣ୍ଣାପାତ କରୁ ନ ଥିବା ଅଭିଯୋଗ ହୋଇଛି l ଫଳରେ ହାତୀର  ଜୀବନ ପ୍ରତି ଦେଖା ଦେଇଛି ବିପଦ। ତେଣୁ ବନ ବିଭାଗ ମୃତ୍ୟୁ ମୁଖରୁ ହାତୀକୁ ଉଦ୍ଧାର କରିବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Elephant is | Argus English