Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗାଁରେ ପଶିଲେ ହାତୀ: ଜନଜୀବନ ଭୟଭୀତ

Odisha

ଗାଁରେ ପଶିଲେ ହାତୀ: ଜନଜୀବନ ଭୟଭୀତ

Ritu Das
Browse all articles by Ritu Das
·2 years ago·1 min read
ଗାଁରେ ପଶିଲେ ହାତୀ: ଜନଜୀବନ ଭୟଭୀତ

ଅର୍ଗସ ବ୍ୟୁରୋ: ଉପାନ୍ତ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । କଳାହାଣ୍ଡି ଜିଲାରେ ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଅନେକ ଜନ ଜୀବନ କ୍ଷତି ହେଉଛି। ଏପରିକି ହାତୀ ଆକ୍ରମଣରେ ହାତୀ ମଧ୍ୟ ମୃତ୍ୟୁ ବରଣ କରୁଛି। ଗୋଟିଏ ବର୍ଷରେ ଗଲାଣି ୫ ଜୀବନ । ଜିଲାର ନର୍ଲା , ବିଶ୍ଵନାଥପୁର , ଲାଞ୍ଜିଗଡ , ଏମ୍ . ରାମପୁର , ସିକେରକୁପା ଆଦି ଅଞ୍ଚଳ ହାତୀ କରିଡର ରହିଛି। 

ଗତ ରବିବାର ହାତୀକୁ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଇ ଜୀବନ ହରାଇଥିଲେ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲ। ତାଙ୍କୁ ହାତୀ ଘଟଣାସ୍ଥଳରେ ଦଳିଦେଇଥିଲା। ତାଙ୍କର ମେଡିକାଲରେ ମୃତ୍ୟୁ ଘଟିଥିଲା। ଏଭଳି ଅନେକ ଜନ ଜୀବନ ହାନି ଘଟାଇଛି ଜଙ୍ଗଲି ହାତୀ। ତେବେ ତୁରନ୍ତ ଗାଁରୁ ହାତୀଙ୍କୁ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Elephant entered the | Argus English