ହାତୀର ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମାଆ ଓ ତିନୋଟି ଛୁଆ
·2 years ago

ଅର୍ଗସ ବ୍ୟୁରୋ: ଚାଳ ଘରେ ଶୋଇଥିବାବେଳେ ହାତୀର ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ମାଆ ଓ ତିନୋଟି ଛୁଆ । ନୀଳଗିରି ଏନଏସି ବେତଶୁଳ ଗାଁରେ ମାଈ ହାତୀର ଉତ୍ପାତ । ଗାଁର ଲତା ମୁଦୁଲି ନିଜ ଚାଳ ଘରେ ଶୋଇଥିବାବେଳେ ହାତୀଟି ତାଙ୍କ ଘର ଭାଙ୍ଗି ଦେଇଦେଇଛି । ଏଥିସହ ବର୍ଷକର ଆହାର ଧାନ ବି ନଷ୍ଟ କରିଦେଇଛି ହାତୀ । ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ଖବର ପାଇ ଗାଁରେ ପହଞ୍ଚିଛନ୍ତି ବନବିଭାଗ କର୍ମଚାରୀ । ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ବନବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: