Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସନ୍ତୁଷ୍ଟଙ୍କୁ ମନାଇବା ଶଙ୍ଖ ପାଇଁ ହେବ କେତେ ସହଜ ?

Odisha

ଅସନ୍ତୁଷ୍ଟଙ୍କୁ ମନାଇବା ଶଙ୍ଖ ପାଇଁ ହେବ କେତେ ସହଜ ?

Smruti Parija
Browse all articles by Smruti Parija
·2 years ago·2 min read
ଅସନ୍ତୁଷ୍ଟଙ୍କୁ ମନାଇବା ଶଙ୍ଖ ପାଇଁ ହେବ କେତେ ସହଜ ?

 ଅର୍ଗସ ବ୍ୟୁରୋ: ନିର୍ବାଚନୀ ବର୍ଷ ୨୪ ଆଣିବ ତିନି ଦଳ ପାଇଁ ଅନେକ ଆହ୍ଵାନ । ନୂଆ ବର୍ଷ - ନିର୍ବାଚନ - ନୂଆ ଚ୍ୟାଲେଞ୍ଜ । ଦେଶ, ବିଦେଶ, ପ୍ରଦେଶ...ସବୁଠି ନୂତନ ବର୍ଷ ପାଇଁ ନନଷ୍ଟପ ସେଲିବ୍ରେସନ । ତେବେ ନବ ବର୍ଷର ଉତ୍ସାହ ଭିତରେ ନିର୍ବାଚନୀ ବର୍ଷ ଆଣିଛି ରାଜନୈତିକ ଦଳ ମାନଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ । 

ବିଜେଡି ପାଇଁ ଆହ୍ଵାନ

- ନବୀନଙ୍କ ନେତୃତ୍ଵରେ ବିଧାୟକ ହେବା ପାଇଁ ଆଶା କରିଥିବା ନେତାଙ୍କ ଟିକେଟ କଟିଲେ ବଢିବ କି ରାଜୁ ସିଣ୍ଡ୍ରୋମ ? 
- ରାଜ୍ୟ ସାରା ବଢୁଥିବା ସରକାର ବିରୋଧୀ ହାୱାକୁ କେମିତି ସାମ୍ନା କରିବ ଶଙ୍ଖ ଦଳ 
- ୨୦୧୯ରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ କରିଥିବା ଘୋଷଣା ହୋଇନି ସମ୍ପୂର୍ଣ୍ଣ
- ଉପରମୁହାଁ ମହିଳା ବିରୋଧୀ ଅପରାଧ, ପିସି କାରବାର, ଚିଟଫଣ୍ଡ ଦୁର୍ନିତୀ, ଚାଷୀଙ୍କୁ ପ୍ରତାରଣା

ବିଜେପି ପାଇଁ ଆହ୍ଵାନ...

- ୨୦୧୯ରେ ଲୋକସଭାର ୩୮% ଭୋଟ ବିଧାନସଭାରେ ଦଳକୁ ଆସି ପାରିନଥିଲା 
- ମୋଦି ଭୋଟକୁ ବିଧାନସଭାରେ ରୂପାନ୍ତରିତ କରିବା ହେବ କି ସମ୍ଭବ ?
- ମୋଦି ଗ୍ୟାରେଣ୍ଟିର ଭରସା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ନେତା ଓ କର୍ମକର୍ତ୍ତା
- ପ୍ରତି ବୁଥରୁ କେମିତି ଆସିବ ୫୦ ପ୍ରତିଶତ ଭୋଟ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଂଗ୍ରେସ ପାଇଁ ଆହ୍ଵାନ...

- କଂଗ୍ରେସର ଦିଲ୍ଲୀ ନେତୃତ୍ଵ ଦୁର୍ବଳ
- ଓଡିଶା କଂଗ୍ରେସକୁ ସାହା ହୋଇପାରିବ କି ରାଷ୍ଟ୍ରୀୟ ନେତୃତ୍ଵ
- ଲୋକଙ୍କ ମଧ୍ୟରେ ଆସ୍ଥା ଫେରାଇବା ହେବ ବଡ ଚ୍ୟାଲେଞ୍ଜ
- ଦଳୀୟ ଅନ୍ତଃ କନ୍ଦଳ, ଦୁର୍ବଳ ସଂଗଠନକୁ ସଜାଡି ପାରିବ ତ କଂଗ୍ରେସ

ସେପଟେ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ୨୦୨୪ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ଆଣିବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । 

ପାଞ୍ଚ ପାଞ୍ଚ ଥର ବହୁମତ ପାଇ ପଞ୍ଚମ ପାଳିରେ ଶାସନ କରୁଛି ବିଜୁ ଜନତା ଦଳ । ହେଲେ ଷଷ୍ଠ ପାଳିରେ ବିଜେଡି ଆଗରେ ଅସୁମାରୀ ଆହ୍ଵାନ । ମୁଖ୍ୟ ବିରୋଧୀ ଦଳର ବଳିଷ୍ଠ ରଣନୀତି ଗ୍ରାଉଣ୍ଡରେ କେମିତି ସଫଳତାର ସହ କାର୍ଯ୍ୟକାରୀ ହେବ ? ଆଉ ବିଜେପି - ବିଜେଡି ଟକ୍ଟର  ଭିତରେ କଂଗ୍ରେସ କେମିତି ନିଜର ଅସ୍ତିତ୍ଵ ବଜାୟ ରଖିବ ତା ଉପରେ ନଜର । 

Education Next Season 5
Sponsored
Election year 2024 will bring many challenges for the three parties | Argus English