Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି, ଭୋଟ୍ ଭୟରେ ହେଉଛନ୍ତି କି ତରବର

Odisha

ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି, ଭୋଟ୍ ଭୟରେ ହେଉଛନ୍ତି କି ତରବର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି, ଭୋଟ୍ ଭୟରେ ହେଉଛନ୍ତି କି ତରବର

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି। ଭୋଟ୍ ଭୟରେ ହେଉଛନ୍ତି କି ତରବର। ଆଉ ଗୋଟିଏ ନିର୍ବାଚନ ପାଖେଇ ଆସିବାରୁ ମନେ ପଡୁଛି ପଦମପୁରକୁ ଜିଲ୍ଲା କରିବା ପ୍ରତିଶ୍ରୁତି। ପଦମପୁର ଉପ ନିର୍ବାଚନ ସମୟରେ ଏହାକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ। ଅନେକ ଦିନ ବିତିଯାଇଥିଲେ ବି ଏବେ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ୍ ଭୟରେ ଆରମ୍ଭ ହେଲାଣି ପଦମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରକ୍ରିୟା। ତେବେ ଜିଲ୍ଲା ମୁଖ୍ୟାଳୟ କେଉଁଠାରେ ହେବ ସେନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲାଣି ପ୍ରଶ୍ନବାଚୀ। କଣ୍ଟାବାଞ୍ଝିକୁ ନୂଆ ଜିଲ୍ଲା ପାଇଁ ଦାବି ଉଠୁଛି, ସେପଟେ ମୟୂରଭଞ୍ଜରେ ରାଇରଙ୍ଗପୁର ଏବଂ କରଞ୍ଜିଆକୁ ମଧ୍ୟ ଜିଲ୍ଲା ପାଇଁ ଦାବି ଉଠିଲାଣି।

ପଦମପୁରକୁ ଜିଲ୍ଲା ମାନ୍ୟତା ଦେଲେ ଏତେ ସବୁ ନୂଆ ଜିଲ୍ଲା ପାଇଁ ଉଠୁଥିବା ଦାବି ପ୍ରତି କଣ ରହିବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ତେବେ ମୟୂରଭଞ୍ଜରେ ହିଁ ରାଇରଙ୍ଗପୁରକୁ ଜିଲ୍ଲା ଦାବି ନେଇ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ସୃଷ୍ଟି ହେଲାଣି ଜନମତ। ମୟୂରଭଞ୍ଜକୁ ଭାଗଭାଗ ନକରାଯାଉ ବୋଲି ଦାବି କରିଛନ୍ତି କରଞ୍ଜିଆ ଓକିଲ ସଙ୍ଘର ସଭାପତି ଶ୍ରୀଯୁକ୍ତ ବାଞ୍ଛାନିଧି ପୃଷ୍ଟି। ଯଦି ରାଇରଙ୍ଗପୁରକୁ ସରକାର ନୂଆ ଜିଲ୍ଲା କରିବେ ତେବେ କରଞ୍ଜିଆକୁ ବି କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election rally of the state government | Argus English