|
logo
Live

Argus News - ଜନ୍ମସ୍ଥାନ ତାଳଚେର ମାଆ ହିଙ୍ଗୁଳାଙ୍ଗ ମନ୍ଦିରରୁ ସ୍ବଚ୍ଛତା ଅଭିଯାନରେ ଶ୍ରମଦାନ

Odisha

ଜନ୍ମସ୍ଥାନ ତାଳଚେର ମାଆ ହିଙ୍ଗୁଳାଙ୍ଗ ମନ୍ଦିରରୁ ସ୍ବଚ୍ଛତା ଅଭିଯାନରେ ଶ୍ରମଦାନ

Manini Pattanayak
Browse all articles by Manini Pattanayak
·2 years ago·2 min read
ଜନ୍ମସ୍ଥାନ ତାଳଚେର ମାଆ ହିଙ୍ଗୁଳାଙ୍ଗ ମନ୍ଦିରରୁ ସ୍ବଚ୍ଛତା ଅଭିଯାନରେ ଶ୍ରମଦାନ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ସ୍କୁଲ ପ୍ଲାଟିନମ୍ ଜୁବଲି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସ୍କୁଲ ଶିକ୍ଷାରେ କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପରେ ଆଠମଲ୍ଲିକରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ସକାଳେ ଜନ୍ମସ୍ଥାନ ତାଳଚେର ମାଆ ହିଙ୍ଗୁଳାଙ୍ଗ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ଶ୍ରମଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଛେଣ୍ଡିପଦା ସରକାରୀ ହାଇସ୍କୁଲ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ ।  ଛେଣ୍ଡିପଦା ସରକାରୀ ହାଇସ୍କୁଲ ଦୀର୍ଘ ୭୫ ବର୍ଷ ଯାତ୍ରାରେ ପଦାର୍ପଣ ହେବା କେବଳ ଅନୁଗୋଳ ନୁହେଁ ବରଂ ସମଗ୍ର ରାଜ୍ୟର ଶିକ୍ଷା ଜଗତ ପାଇଁ ଏକ ବଡ ଉପଲବ୍ଧି ।  ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୧୯୪୮ ମସିହାରେ ପ୍ରତିଷ୍ଠିତ ଏହି ହାଇସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏକ ବଟ୍ଟବୃକ୍ଷର ରୂପ ନେଇଛି । ଛେଣ୍ଡିପଦା ହାଇସ୍କୁଲ୍ ପାଠପଢାକୁ କେବଳ ପୁସ୍ତକରେ ସୀମିତ ନରଖି କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ।

 ଏହା ପରେ ଆଠମଲ୍ଲିକ ଆମ୍ବସରମୁଣ୍ଡାରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଦାରୁ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏପଟେ 500 ବର୍ଷର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଅନ୍ୟପଟେ ଆମ୍ବସରମୁଣ୍ଡାରେ ଭବ୍ୟ ପ୍ରତିମା ପ୍ରତିଷ୍ଠା କରାଗଲା ।  ସବୁଠି ଉତ୍ସବର ମାହୋଲ୍, ଏଠାରେ ଯୋଗଦେଇ ନିଜକୁ ସୌଭାଗ୍ୟ ମନେ କରି ଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଏହି ଉତ୍ସବରେ ସାମିଲ୍ ହୋଇ ଖୁସି ପ୍ରକଟ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।  ସକାଳେ ଜନ୍ମସ୍ଥାନ ତାଳଚେରରେ ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ସଫେଇ କରି ସ୍ବଚ୍ଛତା ଅଭିଯାନରେ ଶ୍ରମଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେବାଳୟ, ତୀର୍ଥକ୍ଷେତ୍ର, ଆଧ୍ୟାତ୍ମିକ ସ୍ଥାନ ସଫେଇ କରିବାକୁ ସେ ପରାମର୍ଶ ଦେଇଛନ୍ତି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜନ୍ମସ୍ଥାନ ତାଳଚେର ମାଆ ହିଙ୍ଗୁଳାଙ୍ଗ ମନ୍ଦିରରୁ ସ୍ବଚ୍ଛତା ଅଭିଯାନରେ ଶ୍ରମଦାନ | Argus English