Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ପୁଅର ବିବାଦ ଯୋଗୁ 30 ଘଣ୍ଟା ହେବ ଶବ ଡାକ୍ତରଖାନାରେ ପଡି ରହିଛି 

Odisha

ଦୁଇ ପୁଅର ବିବାଦ ଯୋଗୁ 30 ଘଣ୍ଟା ହେବ ଶବ ଡାକ୍ତରଖାନାରେ ପଡି ରହିଛି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁଇ ପୁଅର ବିବାଦ ଯୋଗୁ 30 ଘଣ୍ଟା ହେବ ଶବ ଡାକ୍ତରଖାନାରେ ପଡି ରହିଛି 

ବାଲେଶ୍ୱର: ହଜିଗଲା ମାନବିକତା, ଦୁଇ ପୁଅ ର ବିବାଦ ଯୋଗୁ 30 ଘଣ୍ଟା ହେବ ଶବ ସତ୍କାର ନହୋଇ ସୋର ଡାକ୍ତରଖାନା ଶବ ଗୃହରେ ପଡ଼ିରହିଛି ମାର ଶବ l ଏମିତି କିଛି ଅଭାବନିୟ ଘଟଣା ସାମ୍ନାକୁ ଆସିଛି ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗ୍ରାମରୁ। ମାଳତୀ ବାରିକଙ୍କର ଦୁଇପୁଅଙ୍କ ମଧ୍ୟରୁ ବଡ଼ପୁଅ ନନ୍ଦକିଶୋର ବାରିକ ଘର ଠାରୁ  ଅଲଗା ହୋଇ ରହୁଥିବା ବେଳେ ମାଳତୀ ଦୀର୍ଘବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକ ପାଖରେ ରହୁଥିଲେ।

ମଙ୍ଗଳବାର ସକାଳେ ମାଳତୀ ଘର ପାଖରେ ପଡିଯାଇଥିବା ବେଳେ ସାନ ବୋହୁ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ସେ  ଶବ ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯାଇଥିଲେ। ଏ ବାବଦରେ ବଡ଼ ପୁଅ ନନ୍ଦକିଶୋର ଜାଣିବା ପରେ ତାଙ୍କ ମାକୁ ହତ୍ୟା କରାଯାଇଥିବାର ଅଭିଯୋଗ ନେଇ  ଶବ ବ୍ୟବଚ୍ଛେଦ ପାଇଁ ପୁନଶ୍ଚ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ। ବଡପୁଅ ଥାନା ରେ ଅଭିଯୋଗ କରିବା ପରେ  ପୁଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଦୁଇ ପୁଅ ଙ୍କ ବିବାଦ ପାଇଁ ମାର ଶବ ସତ୍କାର ହୋଇପାରୁନଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Due to the dispute between the two boys, the mother's deadbody has been lying in the hospital for 30 hours | Argus English