Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼"

Odisha

ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼"

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼"

ଭୁବନେଶ୍ୱର : ଓଡ଼ିଆ ଉଇକିପିଡ଼ିଆର ଅନ୍ୟତମ ସକ୍ରିୟ ଉଇକିଆଳି ତଥା ଅବସରପ୍ରାପ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ଉଇକି ପ୍ରୋଜେକ୍ଟ ମେଡ୍ ଫାଉଣ୍ଡେସନ୍ ତରଫରୁ ୨୦୨୩ ବର୍ଷ "କିଓର୍ ଆୱାର୍ଡ଼" ପ୍ରଦାନ କରାଯାଇଛି । ଉଇକିପିଡ଼ିଆ ସମୁଦାୟରେ ଚାଲିଥିବା ଏହି ଚିକିତ୍ସା ବିଜ୍ଞାନ ପ୍ରକଳ୍ପ ଅଧିନରେ ଓଡ଼ିଆ ଭାଷାରେ ସର୍ବାଧିକ ପ୍ରସଙ୍ଗ ଅନୁବାଦ କରାଯାଇଛି, ଯାହାକୁ ଏକା ଡ. ରାଉତ ହିଁ ଅନୁବାଦ କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଓଡ଼ିଆ ଉଇକିପିଡ଼ିଆରେ ୨୦୦୦ରୁ ଅଧିକ ପ୍ରସଙ୍ଗ ଲେଖିଥିବା ଡ. ରାଉତ ୩୬୮ଟି ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗ ଲେଖିଛନ୍ତି, ଯାହାକି ଏହି ପ୍ରକଳ୍ପ ଅଧିନରେ ଅନୁବାଦ ହୋଇଥିବା ସର୍ବାଧିକ ପ୍ରସଙ୍ଗ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆରେ ସ୍ଥାନିତ ପ୍ରସଙ୍ଗ କେବଳ ଡ. ରାଉତଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି । ଏହି ପୁରସ୍କାର ପାଇଁ ତାଙ୍କୁ ସାଥୀ ଉଇକିଆଳିମାନେ ଶୁଭେଚ୍ଛା ଜଣେଇବା ସହିତ ସାଧୁବାଦ ଜ୍ଞାପନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dr. Subhas Chandra Raut received "2023 Cure Award" | Argus English