ରାଜଧାନୀରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ: କୁକୁର ପିଛା ବିଏମସି ଖର୍ଚ୍ଚ କରିବ ୧୬୫୦ଟଙ୍କା

ଅର୍ଗସ ବ୍ୟୁରୋ: ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ରାଜଧାନୀ ବାସିନ୍ଦଙ୍କୁ ମିଳିବ ଆଶ୍ୱସ୍ତି ।ଖୁବ୍ ଶୀଘ୍ର ରାଜଧାନୀରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୁକୁର ବନ୍ଧ୍ୟାରଣ। ଗତ ଜୁଲାଇ ମାସରୁ କୁକୁର ବନ୍ଧ୍ୟାକରଣ ଉପରେ ହାଇକୋର୍ଟଙ୍କ ଥିବା ରହିତାଦେଶ ଗତକାଲି ଉଠିବା ପରେ ଏବେ ତତ୍ପର ବିଏମସି । ସେଥିପାଇଁ ଆଜି ବିଏମସି କାର୍ଯ୍ୟାଳୟରେ ଏକ ବୈଠକ ଡକାଇ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ନିର୍ଦେଶ ଦେଇଛନ୍ତି କମିଶନର । ମଞ୍ଚେଶ୍ୱର ଅଞ୍ଚଳରେ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚରେ ବିଏମସି କରିଥିବା ଡଗ୍ କେନେଲରେ ପ୍ରତିଦିନ ୧୦୦ କୁକୁରଙ୍କ କରାଯିବ ବନ୍ଧ୍ୟାକରଣ। ସେଥିପାଇଁ ମୋଟ୍ ୧୦ଟି କେଭ୍ ସହ ଅପରେସନ୍ ଥିଏଟର୍ ଏବଂ ଅନ୍ୟାନ୍ୟ ଯନ୍ତ୍ରାଶଂ ମଧ୍ୟ ରଖାସରିଛି ।କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି କେବଳ ଭିତ୍ତିଭୂମି ଯୋଗାଉଥିବା ବେଳେ ଭେଟ୍ ଫର୍ ଆନିମଲ୍ସ ସଂସ୍ଥା କୁକୁରଙ୍କୁ ଧରିବା ଠାରୁ ସେମାନଙ୍କର ଅପରେସନ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦାୟିତ୍ୱ ବହନ କରିବ।
ଏନେଇ ପ୍ରତି କୁକୁର ପିଛା ବିଏମସି ଏହି ସଂସ୍ଥାକୁ ୧୬୫୦ଟଙ୍କା ଲେଖାଁ ପ୍ରଦାନ କରିବ ।ତେବେ ହୋଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ବନ୍ଧ୍ୟାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର।
ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ସାଧାରଣରେ ସ୍ୱାଗତ୍ କରାଯାଇଥିବା ବେଳେ ବିଏମସିର କାର୍ଯ୍ୟପନ୍ଥା କୁ ନେଇ ପ୍ରଶ୍ନ କରିଛନ୍ତି ରାଜଧାନୀ ବାସିନ୍ଦାଙ୍କ ସମେତ କିଛି ପଶୁପ୍ରେମି । ୨୦୦୮ରୁ ବିଏମସି ଅଞ୍ଚଳରେ କୁକୁର ବନ୍ଧ୍ୟାକରଣ କରାଯାଉଛି .ବହୁ ପୂର୍ବରୁ ଷ୍ଟେଟ୍ ରାଭିସ୍ କଣ୍ଟ୍ରୋଲ୍ ସେଲ୍ ମଧ୍ୟ ଥିଲା ମାତ୍ର ପ୍ରତିବର୍ଷ ବିଏମସି ବନ୍ଧ୍ୟାକରଣ କରୁଥିବା ସତ୍ତ୍ୱେ କାହିଁକି କମୁନି କୁକୁରଙ୍କ ସଂଖ୍ୟା ? ବିଏମସି କରୁଥିବା ଅପରେସନ୍ ସଠିକ୍ ଢଙ୍ଗରେ କରାଯାଉଛି ତ ? ଅପରେସନ୍ ପରେ ସେଇ କୁକୁରଙ୍କୁ ଚିହ୍ନଟ ପାଇଁ ଥିବା ନିୟମର ଅନୁପାଳନ ବିଏମସି କରୁଛି ତ ? ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।
📱 Get Argus News App
✨କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟ ରୋକ ହଟାଇବା ପରେ ବିଏମସି ତତ୍ପର ରାଜଧାନୀରେ ପ୍ରାୟ ୬୦ହଜାରରୁ ଉର୍ଦ୍ଧ ବୁଲା କୁକୁର ରହିଛନ୍ତି। ଦୈନିକ ୧୦୦ଟି କୁକୁର ବନ୍ଧ୍ୟାକରଣ କରାଗଲେ ଏତେ ସଂଖ୍ୟାରେ କୁକୁର ଙ୍କ କେବେ ବନ୍ଧ୍ୟାକରଣ ହେବ ତାହା ବିଏମସି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର