Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଲୋକର ପର୍ବ ଦୀପାବଳି : ଗୋବର, ଘିଅ, ଦହି, କ୍ଷୀରରେ ପ୍ରସ୍ତୁତ ହୋଇଛି ଦୀପ

Odisha

ଆଲୋକର ପର୍ବ ଦୀପାବଳି : ଗୋବର, ଘିଅ, ଦହି, କ୍ଷୀରରେ ପ୍ରସ୍ତୁତ ହୋଇଛି ଦୀପ

Jitendra Dash
Browse all articles by Jitendra Dash
·2 years ago·2 min read
ଆଲୋକର ପର୍ବ ଦୀପାବଳି : ଗୋବର, ଘିଅ, ଦହି, କ୍ଷୀରରେ ପ୍ରସ୍ତୁତ ହୋଇଛି ଦୀପ

ଅର୍ଗସ ବ୍ୟୁରୋ : ଗୋବର, ଘିଅ, ଦହି, କ୍ଷୀରରେ ପ୍ରସ୍ତୁତ ହୋଇଛି ଦୀପ । ସୁଗନ୍ଧ ପାଇଁ ବ୍ୟବହୃତ ହେଉଛି ଗୋଲାପ ଜଳ । ଠାକୁରଙ୍କ ଚିତ୍ର, ଫୁଲ, ଜନଜାତି ବେଶ ପୋଷାକ ଭଳି ଏହି ଦୀପ ଗୁଡ଼ିକୁ ବିଭିନ୍ନ ରୂପ ଦେଉଛନ୍ତି କୁନି କୁନି ହାତ । ପ୍ରତିଦିନ ପାଠପଢ଼ା ସହ ଏହି ବିସ୍ତାର ପିଲାଙ୍କ ସ୍ବାବଲମ୍ବୀ କରିବା ପାଇଁ ଇଏ ହେଉଛି ଆଶାଏଁ ଫାଉଣ୍ଡେସନର ପ୍ରଚେଷ୍ଟା । ଆଶାଏଁ ଫାଉଣ୍ଡେସନ ଏହି ପିଲାମାନଙ୍କୁ ମଧ୍ୟ ବେଶ ସହଯୋଗ କରୁଛି । ଏମାନେ ବିଭିନ୍ନ ସ୍ଥାନରେ ଷ୍ଟଲ ଲଗାଇ ଏହି ଦୀପ ଗୁଡ଼ିକୁ ବିକ୍ରି କରନ୍ତି ଏବଂ ଯାହା ପଇସା ରୋଜଗାର ହୁଏ ତାହା ପାଠପଢ଼ାରେ ଖର୍ଚ୍ଚ କରନ୍ତି । ଓଡ଼ିଶାରେ ଦୀପ କେବଳ ମାଟିରେ ତିଆରି ହୋଇଥାଏ । ହେଲେ ଏହି ଦୀପରେ ମାଟିର ବ୍ୟବହାର ହୁଏ ନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଦୀପ ଧରିବାକୁ ବେଶ ହାଲକା ଏବଂ ହାତରୁ ପଡିଲେ ବି ଅତି ସହଜରେ ଭଙ୍ଗେ ନାହିଁ । ଦୀପର ବ୍ୟବହାର ପରେ ଏହାକୁ କ୍ଷେତରେ ଜୈବିକ ସାର ଭାବେ ବ୍ୟବହାର କରାଯାଇପାରିବ । କିଛି ଦିନ ପରେ ରଙ୍ଗୀନ ମାଳାରେ ସଜେଇ ହେବ ସହର । ଆଉ ସେଥିପାଇଁ ଆଶାଏଁ ଫାଉଣ୍ଡେସନ ପ୍ରତି ବର୍ଷ କରିଥାଏ ନୂଆ ପ୍ରୟାସ । ଏଥର ବି ବସ୍ତିର ପିଲାମାନଙ୍କୁ ନେଇ ଆରମ୍ଭ କରିଛି ପଞ୍ଚଗବ୍ୟ ଦୀପ । ବସ୍ତିର ପିଲାମାନେ ଏହି ଆଶାଏଁ ଫାଉଣ୍ଡେସନ ସେଣ୍ଟରରେ ପାଠ ପଢ଼ନ୍ତି, ସମାଜ ପାଇଁ କର୍ତ୍ତବ୍ୟ, ନିଜକୁ ଭଲ ମଣିଷ କରିବାର ଉପାୟ ଶିଖନ୍ତି  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେମାନଙ୍କୁ ଫାଉଣ୍ଡେସନ ଏହି ଭଳି କାର୍ଯ୍ୟରେ ନିୟୋଜିତ କରାଇ ସେମାନଙ୍କ ପାଠ ପଢା ପାଇଁ ଖର୍ଚ୍ଚ ଯୋଗାଡ କରିଥାଏ । ସଂଗଠନର ଉଦ୍ଦେଶ୍ୟ ଯେ ବସ୍ତିର ପିଲାମନଙ୍କୁ କିଭଳି ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ । ଭିକ୍ଷା ବୃତ୍ତି, ନିଶା ଭଳି କାମ ଛାଡି ସେମାନେ କିଭଳି ପାଠ ପଢିବେ, ଆଉ ସମ୍ମାନର ସହ ଜୀବନ ବଞ୍ଚିବେ । ଆଲୋକର ଏହି ମହାନ ପର୍ବକୁ ସମସ୍ତେ ପାଳିବା ସହ ସମାଜରେ ଅବହେଳିତ ପିଲାଙ୍କ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ କହିଛନ୍ତି ଫାଉଣ୍ଡେସନର ସଦସ୍ୟ । 

Sponsored
Diwali Preparation | Argus English