Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଶ୍ରମରେ ଅବ୍ୟବସ୍ଥା: ପ୍ରଧାନଶିକ୍ଷକ ମାରୁଛନ୍ତି ମାଡ଼

Odisha

ଆଶ୍ରମରେ ଅବ୍ୟବସ୍ଥା: ପ୍ରଧାନଶିକ୍ଷକ ମାରୁଛନ୍ତି ମାଡ଼

Ritu Das
Browse all articles by Ritu Das
·2 years ago·1 min read
ଆଶ୍ରମରେ ଅବ୍ୟବସ୍ଥା: ପ୍ରଧାନଶିକ୍ଷକ ମାରୁଛନ୍ତି ମାଡ଼

ଅର୍ଗସ ବ୍ୟୁରୋ: ହଷ୍ଟେଲରେ ଖାଇବାକୁ ମିଳୁନି, ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏମିତି ଅଭିଯୋଗ କରି ଜଣାଇବାକୁ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍ ଗଲେ ୧୪ ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ବଡରାଇସିଙ୍ଗ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । 

ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର 14 ଜଣ ପିଲା ଚାଲି ଚାଲି ଯାଉଥିବାର ଦେଖାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘ ଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯାହାର ପ୍ରତିବାଦରେ ଆଜି ରାତି 4ଟାରୁ ଦୀର୍ଘ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଆସିଛନ୍ତି ପିଲା। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ରାତି ତମାମ ଛାତ୍ରମାନେ ହଷ୍ଟେଲ ଛାଡ଼ି ରାସ୍ତାରେ ଯାଇଥିଲେ। ବାଘ ଭୟ ଭିତରେ ରାତି ତମାମ ଜଙ୍ଗଲରେ ଚାଲିଥିଲେ ୧୪ଜଣ ଛାତ୍ର। ହଷ୍ଟେଲ ଛାଡ଼ି ୨୫ କିଲୋମିଟର ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ରମାନେ।  

ଉକ୍ତ ହଷ୍ଟେଲରେ 100 ଜଣ ବାଳକ ଏବଂ 140 ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡ଼ି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ଆମେ ଆମ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Disturbance in the ashram | Argus English