Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ

Odisha

ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା। ବହୁ ହବିଷ୍ଯାଳୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ଆହତ। ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ମହିଳା ମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତ ମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ତେବେ ଦର୍ଶନ ବ୍ୟବସ୍ଥାରେ ଅହେତୁକ ତୃଟି ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି।

ଅଧିକ ପଢନ୍ତୁ: ଆଗାମୀ ରଥଯାତ୍ରାରୁ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର

ମଙ୍ଗଳାଳତୀ ପରେ  ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀ ମାନଙ୍କୁ ମଧ୍ୟ ଏକ କାଳିନ ମନ୍ଦିରକୁ ଛଡାଯାଇଥିଲା। 
ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା।ସୁରକ୍ଷା କର୍ମୀ ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆହତ ହବିଷ୍ଯାଳୀ ଓ ଭକ୍ତ ମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ। ଫଳରେ ବହୁ ଭକ୍ତ ଆହତ ହୋଇଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ଚିକତ୍ସା ପରେ ଆହତ ମାନେ ସୁସ୍ଥ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
disturbance in puri temple , more than 10 injured | Argus English