|
logo
Live

Argus News - ପୁରୁଣା ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ନେଇ ଅସନ୍ତୋଷ 

Odisha

ପୁରୁଣା ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ନେଇ ଅସନ୍ତୋଷ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପୁରୁଣା ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ନେଇ ଅସନ୍ତୋଷ 

ଗଜପତି:  ପୁଣି ସାମ୍ନାକୁ ଆସିଲା ବିଜେଡିରେ ଗୋଷ୍ଠୀ କନ୍ଦଳ । ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ । ଅତନୁଙ୍କୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଦାୟିତ୍ବ ମିଳିବା ପରେ ଅସନ୍ତୋଷ ବଢୁଥିବା କହି ବନ୍ଧୁ ମିଳନରେ ଦୁଃଖ ବଖାଣିଲେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ଓ କାଶୀନଗର ବ୍ଲକ ସଭାପତି ରୋକମ ଜ୍ୟୋତି । ଗତ କିଛି ବର୍ଷ ହେଲା ଦଳକୁ ଆସିଥିବା ନେତାମାନେ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ପୁରୁଣା ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ବୈଠକରେ ବିଭନ୍ନ ବ୍ଲକ ଏବଂ ପଞ୍ଚାୟତରୁ ୪୦୦ରୁ ଅଧିକ ନେତା ଓ କର୍ମୀମାନେ ଉପସ୍ଥିତ ଥିବା ବେଳେ ଅତନୁଙ୍କ ବିରୋଧରେ ବିଷୋଦଗାର କରିବାର ଭିଡିଓ ଏବେ ଭାଇରାଲ ହେଉଛି । ଆସନ୍ତା ୨୩ତାରିଖ ଦିନ ୫ଟି ଅଧ୍ୟକ୍ଷ ଗଜପତି ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗତ ୧୮ ତାରିଖ ଦିନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଜପତି ଜିଲା ଗସ୍ତ କରି ପ୍ରସ୍ତୁତି ବୈଠକ କରିଥିଲେ । ହେଲେ ଏଥିରେ ଅନେକ ପୁରୁଣା ବିଜେଡି ନେତା ଅନୁପସ୍ଥିତ ରହିବା ସହ ସେ ଫେରିବାର ଦିନକ ପରେ ଏଭଳି ବଣ ଭୋଜି ଆୟୋଜନ କରି ପର୍ଯ୍ୟବେକ୍ଷକଙ୍କ ବିରୋଧରେ ବିଷୋଦଗାର କରାଯିବା ଘଟଣା ଏବେ ଜିଲାର ରାଜନୈତିକ ପାଣି ପାଗକୁ ଉଷ୍ମ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁରୁଣା ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ନେଇ ଅସନ୍ତୋଷ  | Argus English