|
logo
Live

Argus News - ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

Odisha

ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

Smruti Parija
Browse all articles by Smruti Parija
·2 years ago·1 min read
ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

ବ୍ରହ୍ମପୁର:  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଗଞ୍ଜାମରୁ ଏକ ବିବାଦ ସାମ୍ନାକୁ ଆସିଛି । ଯାହାର ପ୍ରତିବାଦରେ ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହୁମା ପଞ୍ଚାୟତରେ । 

ପଞ୍ଚାୟତର ଗଡ଼ହୁମାରେ ଥିବା ଶହ ଶହ ବର୍ଷର ଜଗନ୍ନାଥ ମନ୍ଦିରକୁ ଅପମାନ ଏବଂ ଅଣଦେଖା ନେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣ ଦେଲେ ଗ୍ରାମବାସୀ । ଗଡ଼ଜାତ ସମୟର ଜଗନ୍ନାଥ ମନ୍ଦିରକୁ ଅଣଦେଖା କରି ଅନ୍ୟ ଏକ ଜାଗାରେ ଅର୍ପଣ ରଥ ଉଦଘାଟନ ସହ ପରିକ୍ରମା କରିବାକୁ ନେଇ ଦେଖାଦେଇଛି ବିବାଦ । ପୂର୍ବରୁ ନିଷ୍ପତ୍ତି ଅନୁସାରେ ଗଡ଼ହୁମା ଜଗନ୍ନାଥ ମନ୍ଦିର ପରିସରରେ ଅର୍ପଣ ରଥର ଉଦଘାଟନ ସହ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତୁତି ସରିଥିଲା । 

ଶହ ଶହ ଗ୍ରାମବାସୀଙ୍କ ସମେତ ସଂକୀର୍ତନ ମଣ୍ଡଳୀ ମଧ୍ୟ ପ୍ରସ୍ତୁତ ଥିଲେ । ହେଲେ ବିନା ସୂଚନାରେ ସ୍ଥାନ ପରିବର୍ତ୍ତନ କରି ଜଗନ୍ନାଥ ମନ୍ଦିର ପରିବର୍ତ୍ତେ ହୁମାର ଏକ ଶିବ ମନ୍ଦିରରେ ରଥ ଉଦଘାଟନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଣୁ ଜଗନ୍ନାଥଙ୍କୁ ଅପମାନ କରି ଏଭଳି ନିଷ୍ପତ୍ତି ନେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ | Argus English