|
logo
Live

Argus News - ଉପକୂଳରେ ବିଜେଡି ଫାଳଫାଳ

Odisha

ଉପକୂଳରେ ବିଜେଡି ଫାଳଫାଳ

Smruti Parija
Browse all articles by Smruti Parija
·2 years ago·2 min read
ଉପକୂଳରେ ବିଜେଡି ଫାଳଫାଳ

Key Points

  • ଉପକୂଳରେ ବିଜେଡି ଫାଳଫାଳ
  • ଜଗତସିଂହପୁରରେ ବଢୁଛି କନ୍ଦଳ
  • ମୁହାଁମୁହିଁ ପ୍ରଶାନ୍ତ ଓ ଅମରେନ୍ଦ୍ର

ଜଗତସିଂହପୁର: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିଜେଡିରେ ସେତିକି ସେତିକି ଗୋଷ୍ଠୀ କନ୍ଦଳ ବଢୁଛି । ରାଜ୍ୟର ୩୧୪ ବ୍ଲକରେ ଶଙ୍ଖ ଦଳରେ ଦେଖିବାକୁ ମିଳୁଛି ଗୋଷ୍ଠୀ କନ୍ଦଳ । ସ୍ଥିତି ଏମିତି ହେଲାଣି ଯେ ଗାଁ ଗାଁରେ ଜମିଲାଣି ନିର୍ବାଚନି ମାହୋଲ । ନିଜ ନିଜର ପତିଆରା ପାଇଁ ଚିନ୍ତିତ ନେତା । ହେଲେ ଏତିକି ବେଳେ ଜଗତସିଂହପୁରରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ବଢିଛି । 

ପାଖଉଛି ନିର୍ବାଚନ, ଅଧର୍ଯ୍ୟ ହେଲେଣି ବିଜେଡି ଆଶାୟୀ । ଏବେଠୁ ସରଗରମ ନିର୍ବାଚନ ମଣ୍ଡଳି । ନିଜ ନିଜ ପତିଆରା ଜାହିର କରିବା ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ନିକଟରେ ଶକ୍ତି ପ୍ରଦର୍ଶନ କରିଥିଲେ ଜଗତସିଂହପୁରର ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ।  ବର୍ତ୍ତମାନର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଉପରେ ଓଗାଳିଥିଲେ ବିଷ । ରୋକଠୋକ କହିଥିଲେ, ବିଧାୟକ ଏଇଠି ଚାନ୍ଦା କଲେକ୍ସନ କରୁଛନ୍ତି । ସରକାରୀ ଅଫିସରମାନେ ଏବେ ତ୍ରାହିତ୍ରାହି ଡାକୁଛନ୍ତି । ୫ ବର୍ଷରେ ବିଧାୟକ ଏଇଠି କ'ଣ କରିଛନ୍ତି ସମସ୍ତଙ୍କୁ ଜଣା । ଏମିତିକି ଯେଉଁ ନେତା କାମ କରିବାକୁ ଦେଉନାହାନ୍ତି ସିଏ କି ନେତା ବୋଲି ପ୍ରଶ୍ନ କରିଥିଲେ ଅମରେନ୍ଦ୍ର ।

ସେପଟେ ଅମରେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଶାନ୍ତ ମୁଦୁଲି । ଦଳ ପାଇଁ କିଏ କଣ କରୁଛି ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ବୋଲି କହି ପରୋକ୍ଷରେ ଅମରେନ୍ଦ୍ରଙ୍କୁ ସେ ସିଧା ଟାର୍ଗେଟ୍ କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ତାଳରେ ତାଳ ମିଶାଇଛନ୍ତି ସାଂସଦ ରାଜଶ୍ରୀ ମଲ୍ଲିକ ଓ ଅରୁଣ ସାହୁ । କାହାକୁ କଣ ଦାୟିତ୍ୱ ଦିଆଯାଉଛି, କେତେବେଳେ କେଉଁ ପଦକ୍ଷେପ ନିଆଯାଉଛି ସବୁ ମୁଖ୍ୟମନ୍ତ୍ରୀ ଜାଣନ୍ତି ବୋଲି ଉଭୟ କହିଛନ୍ତି । ଜଗତସିଂହପୁରରେ ସ୍ବର୍ଗତ ବିଷ୍ଣୁ ଦାସ ଯେତେବେଳେ ନିର୍ବାଚନ ହାରିଥିଲେ ସେତେବେଳେ ତାଙ୍କ ପାଖ ଲୋକ ତାଙ୍କୁ ନିର୍ବାଚନରେ ହରାଇଥିବା କହି ସିଧା ନିଶାନା କରିଛନ୍ତି । ଯେଉଁମାନେ ବର୍ତ୍ତମାନ ବିଷ୍ଣୁ ଦାସଙ୍କ ନାଁ ଧରି ଗୁମୁରି ଗୁମୁରି କାନ୍ଦୁଛନ୍ତି ସେମାନେ ବିଷ୍ଣୁ ଦାସଙ୍କୁ ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଶାନ୍ତ ମୁଦୁଲି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2024ରେ ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ ଦେବେ ସିଏ ନିର୍ବାଚନ ଲଢିବ। ଜଗନ୍ନାଥ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଏଣିକି ଆମ କାର୍ଯ୍ୟ ଆରମ୍ଭ ହେବ ଖୁବ୍ ନିକଟରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉକ୍ତ ବୈଠକ ସଭାରେ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଉପସ୍ଥିତ ରହି ପ୍ରଶାନ୍ତ ମୁଦୁଲିଙ୍କ କଥା କୁ ସ୍ବୀକାର କରିଛନ୍ତି । 
 

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
ଉପକୂଳରେ ବିଜେଡି ଫାଳଫାଳ | Argus English