|
logo
Live

Argus News - ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ, ଖାଇଲେ ଛୁଇଁବନି ସୁଗାର

Odisha

ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ, ଖାଇଲେ ଛୁଇଁବନି ସୁଗାର

Smruti Parija
Browse all articles by Smruti Parija
·2 years ago·1 min read
ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ, ଖାଇଲେ ଛୁଇଁବନି ସୁଗାର

ଯାଜପୁର: ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ । ଖାଇଲେ ଛୁଇଁବନି ସୁଗାର । ବିଜ୍ଞାନ ଚାଷୀଙ୍କ କମାଲ୍ । ଡାଇବେଟିସ ରୋଗୀ ଖାଇପାରିବେ ଭାତ । ଚାଉଳରେ ରହିଛି 50% ରୁ କମ୍ ସର୍କରା । କାନକୁ ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ  ଲଗୁଥିବ । ଯେଉଁଠି ଡାକ୍ତର ଜଣେ ଡାଇବେଟିସ ରୋଗୀକୁ ଭାତ ଖାଇବାକୁ ମନା କରିଥାନ୍ତି ସେଠି ଏଭଳୀ ଧାନ ଚାଷ ମଧୁମେହ ରୋଗୀଙ୍କ ମୁହଁରେ ହସ ଫୁଟାଇଛି। ଏହି ଧାନ ଚାଷ କରି ଏବେ ଚର୍ଚ୍ଚାରେ ବିଜ୍ଞାନ ଚାଷୀ ଉମେଶ ନାୟକ । ଯାଜପୁର ବିଂଝାରପୁର ବ୍ଲକ  ଅନ୍ତର୍ଗତ ଅଞ୍ଜନପୁର ଗ୍ରାମର ଉମେଶ ନାୟକ ନିଜର ୧ ଏକର ଚାଷ ଜମିରେ ଚାଷ କରୁଛନ୍ତି RNR15048  ତେଲେଙ୍ଗାନା ସୋନା ଧାନ । 

 

ଏହି ତେଲେଙ୍ଗାନା ସୋନା କିସମର ଧାନ ତେଲେଙ୍ଗାନା ପ୍ରଫେସର ଶଙ୍କର ଏଗ୍ରିକଲଚର ରିସର୍ଚ୍ଚ ୟୁନିଭରସିଟି ଦ୍ୱାରା ପ୍ରଥମେ ଆବିଷ୍କୃତ କରାଯାଇଥିଲା । ଯେଉଁଥିରେ ଶତକଡା ୫୦ ଭାଗରୁ କମ କର୍ବୋହାଇଡ୍ରେଡ ରହୁଛି । ମଧୁମେହ ରୋଗୀଙ୍କ ପାଇଁ ସର୍କରା ବା କାର୍ବୋହାଇଡ୍ରେଟ କ୍ଷତିକାରକ ହୋଇଥାଏ । ସେଥିପାଇଁ ଡାକ୍ତର ଭାତ ଖାଇବା ଉପରେ କଟକଣା ଲଗାଇଥାନ୍ତି । ଆଉ ଏଭଳି ଚାଉଳର ଭାତ ମଧୁମେହ ବା ଡାଇବେଟିସ ରୋଗୀ ଖାଇପାରିବେ ବୋଲି କହିଛନ୍ତି ଡାଇବେଟିସ ବିଶେଷଜ୍ଞ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣତଃ ଦୈନଦିନ ଚାଉଳରେ ୭୧% ରୁ ଅଧିକ କାର୍ବୋହାଇଡ୍ରେଟ୍ ହାଇଥିବାବେଳେ ଏହି ତେଲେଙ୍ଗାନା ସୋନା କିସମ ଧାନରେ ୫୦ % ରୁ କମ୍ କାର୍ବୋହାଇଡ୍ରେଟ ରହିଥାଏ । ଯାହା ମଧୁମେହ ରୋଗୀଙ୍କ ଶରୀର ଉପରେ କୌଣସି ପ୍ରଭାବ ପକାଇନଥାଏ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ, ଖାଇଲେ ଛୁଇଁବନି ସୁଗାର | Argus English