Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ଜଣାପଡ଼ି ନାହିଁ

Odisha

କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ଜଣାପଡ଼ି ନାହିଁ

Jitendra Dash
Browse all articles by Jitendra Dash
·2 years ago
କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ଜଣାପଡ଼ି ନାହିଁ

ଅର୍ଗସ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଗାଁ ସ୍ଥିତ ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ବାବା ସ୍ୱପ୍ନେଶ୍ୱର ଶିବ ମନ୍ଦିରରେ ଥିବା ମୂର୍ତ୍ତି ଓ ମନ୍ଦିର କାନ୍ଥରେ ଗୋବର ଏବଂ ମାଟି ଲେପିଲେ ଦୁର୍ବୁତ୍ତ । ସମ୍ପୂର୍ଣ୍ଣ ମନ୍ଦିରଟିକୁ କଦର୍ଯ୍ୟ ଓ କଦାକାର କରିବା ସହିତ ପରିବେଶକୁ ନଷ୍ଟ କରିଛନ୍ତି ଦୁର୍ବୁତ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦେବୋତ୍ତର ସ୍ୱପ୍ନେଶ୍ୱର ମହାଦେବ ଟ୍ରଷ୍ଟ କମିଟିର ସଦସ୍ୟ । କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ତେବେ ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଏପରି ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରୁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dhenkanal mahadev temple issue | Argus English