ଭୂମିରେ ବସି ସାଧୁ ସନ୍ଥଙ୍କ ସହ ଧର୍ମେନ୍ଦ୍ରଙ୍କ ଭୋଜନ

ଭୁବନେଶ୍ୱର: ମହିମା ଅଲେଖ.. ଏତିକି କହିଦେଲେ ଆତ୍ମାରେ ଆସି ଯାଏ ଶାନ୍ତି । ମନ ହୁଏ ପ୍ରଫୁଲ। ଆଉ ଏହି ଉକ୍ତକୁ ଠିକ୍ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିମା ସଂସ୍କୃତି ଆଉ ପରମ୍ପରା ବେସ୍ ନିଆରା। ମହିମା ସାଧି ସନ୍ଥଙ୍କ ସହ ମୁଠେ ଭୋଜନ କରିନେଲେ କୋଟି ପୁର୍ଣ୍ଣ ମିଳେ। ଦେଖନ୍ତୁ ଏ ଦୃଶ୍ୟକୁ ଆପଣ ବି କେନ୍ଦ୍ରମନ୍ତ୍ରୀଙ୍କ ଗଭୀର ଧାର୍ମୀକ ଭାବନାକୁ ସମ୍ମାନ ଦେବାକୁ ବାଧ୍ୟ ହେବ। ଅହଙ୍କାର ଶୂନ୍ୟ ଆଉ ନିର୍ମଳ ହୃଦୟର ସହ ଏତେ ବଡ଼ ଗଣତାନ୍ତ୍ରିକ ଦେଶର କ୍ୟାବିନେଟ ମନ୍ତ୍ରୀ ଭୂମିରେ ବସି ସାଧି ସନ୍ଥଙ୍କ ସହ ଭୋଜନ କରୁଛନ୍ତି।
ଏତେ ସରଳ ଭାବରେ ତଳେ ବସି ସନ୍ଥ ମାନଙ୍କ ସହ ଭୋଜନ କରିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନମ୍ର ସ୍ଵଭାବର ଏକ ବିରଳ ଉଦାହରଣ । ମହିମା ବିଚାର ତତ୍ତ୍ଵ ପାଞ୍ଚ ମୁଠା ନୁହେଁ, ମୁଠେ ଖାଇବାରେ ବିଶ୍ବାସ କରେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସନ୍ଥ କବି ଭୀମ ଭୋଇ ଏବଂ ମହିମା ସଂସ୍କୃତିର ପରମ୍ପରା ଆଧାରିତ 3 ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ଆଉ ଏହି ଅବସରରେ ମହୀମା ସନ୍ଥଙ୍କ ସହ ଭୋଜନ କରିବାର ଖାସ୍ ସୁଯୋଗ ମିଳିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ।
ଅଧିକ ଦେଖନ୍ତୁ :