|
logo
Live

Argus News -  ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ତାଙ୍କ ଦୁଃଖ ଓ ଅଭିଯୋଗ ଶୁଣିଲେ ଧର୍ମେନ୍ଦ୍ର 

Odisha

 ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ତାଙ୍କ ଦୁଃଖ ଓ ଅଭିଯୋଗ ଶୁଣିଲେ ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ତାଙ୍କ ଦୁଃଖ ଓ ଅଭିଯୋଗ ଶୁଣିଲେ ଧର୍ମେନ୍ଦ୍ର 

ପୁରୀ: କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାନତା। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ତାଙ୍କ ଦୁଃଖ ଓ ଅଭିଯୋଗ ଶୁଣିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀରେ ଭଡାଘରେ ରହୁଥିବା ଦିବ୍ୟାଙ୍ଗ ଯୁବତୀ ତାଙ୍କ ପରିବାରର ଦୁଖଃ ଓ ଭଉଣୀର ପାଠ ପଢା କଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ବଖାଣିଛନ୍ତି। ତାଙ୍କୁ ଏକ ଘର ପ୍ରଦାନ କରିବା ସହ ତାଙ୍କ ଭଉଣୀର ପାଠ ପଢା ଖର୍ଚ୍ଚ ବହନ କରିବାକୁ ସେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି। 

ଏଥିସହିତ ପୁରୀ ଗୋପାଳପୁରରେ ନୂତନ ଶିକ୍ଷାନୁଷ୍ଠାନ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ସକାଳୁ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ପରେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ତିନିଦିନିଆ ଓଡିଶା ଗସ୍ତରେ ଆସି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମରାମତି କାମ ଦେଖିବା ସହ ରତ୍ନ ଭଣ୍ଡାର ଖୋଲିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେ କହିଛନ୍ତି ଏଏସଆଇ ଏକ ଯୋଗ୍ୟ ସଂସ୍ଥା। ତେଣୁ ସୂଚାରୁ ରୂପେ ସବୁ କାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି,ତେଣୁ ସବୁ ଠିକ୍ ହୋଇଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ତାଙ୍କ ଦୁଃଖ ଓ ଅଭିଯୋଗ ଶୁଣିଲେ ଧର୍ମେନ୍ଦ୍ର  | Argus English