ଖୋକା ଭାଇଙ୍କୁ କିଏ ଭୁଲିଛି ନା କିଏ ଭୁଲିବ...

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ଗାୟକ, ସଙ୍ଗୀତଜ୍ଞ ତଥା ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ଖୋକା ଭାଇଙ୍କର ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶାର ସ୍ୱନାମଧନ୍ୟ ଗାୟକ, ସଙ୍ଗୀତଜ୍ଞ ତଥା ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । pic.twitter.com/RUfymSFRQA
📱 Get Argus News App
✨ଅକ୍ଷୟଙ୍କୁ କିଏ ଭୁଲିଛି ନା କିଏ ଭୁଲିବ। ଆଜିବି ସେ ପ୍ରତ୍ୟେକଟି ଓଡ଼ିଆଙ୍କ ମନରେ ଖୋକା । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅକ୍ଷୟଙ୍କର ପଲାଟି ଦିନରୁ ଗୀତ ପ୍ରତି ଥିଲା ଗଭୀର ଆନ୍ତରିକତା । ଖୋକା ଭାଇ ନାମରେ ତାଙ୍କୁ ଜାଣିଥିଲେ ଲୋକେ ।
୨୦୦୨ ମସିହା ନଭେମ୍ବର ୧୭ ତାରିଖ ଅର୍ଥାତ ଆଜିର ଦିନରେ ଓଡିଆ ସଙ୍ଗୀତ ଜଗତ ସବୁଦିନ ପାଇଁ ହରାଇ ଥିଲା ଏହି କିମ୍ବଦନ୍ତୀ ପୁରୁଷଙ୍କୁ । ଆଜି ଆମ ଗହଣରେ ଖୋକା ଭାଇ ନାହାଁନ୍ତି ସତ, ହେଲେ ତାଙ୍କ ସଙ୍ଗୀତ ଆଜିବି ଅଗଣିତ ଓଡିଆଙ୍କ ହୃଦୟରେ ସାଇତି ହୋଇ ରହିଛି । ଆଜି ତାଙ୍କ ପୁଣ୍ୟତିଥିରେ ଓଡିଆ ସଙ୍ଗୀତ ଜଗତର ଏହି ମୁକୁଟ ବିହୀନ ସମ୍ରାଟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର