କୁଳମଣିଙ୍କୁ ନ୍ୟାୟ ମିଳିବ କେବେ ?

ଅର୍ଗସ ବ୍ୟୁରୋ: ମାହାଙ୍ଗାରେ ରାଜ୍ୟ ସରାକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । ଆଜି ବି ଖୋଲା ଖୋଲି ବୁଲୁଛନ୍ତି କୁଳମଣି ବରାଳଙ୍କ ହତ୍ୟାକାରୀ । ଦିଲ୍ଲୀରୁ ମୋଦି ଲକ୍ଷଲକ୍ଷ ଟଙ୍କା ପଠାଉଥିବା ବେଳେ ଓଡିଶାରେ ତାହାର ବ୍ୟବହାର ହୋଇପାରୁନି । ଟଙ୍କା ଫେରିଯାଉଛି । ଆଉ ଯିଏ ମୁହଁ ଖୋଲୁଛି ତାକୁ ହତ୍ୟା ହେଉଛି । କିଛି ଏପରି ଢଙ୍ଗରେ କହି ମାହାଙ୍ଗା ବିଧାୟକଙ୍କୁ କଡା ଭାଷାରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ନୃଶଂସ ବିଧାୟକ ଖୋଲାରେ ବୁଲୁଛନ୍ତି
କୁଳମଣିଙ୍କୁ ନ୍ୟାୟ ମିଳିବ କେବେ ?
ମାହାଙ୍ଗାରେ 2021 ଜାନୁଆରୀ 2 କଥା ମନେପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାନୁଆରୀ 1 ରେ କୁଳମଣି ବାବୁ ଓ ତାଙ୍କ ସହଯୋଗୀ ଦିବ୍ୟଶଙ୍କର ବରାଳ ଭୁବନେଶ୍ୱର ମତେ ଭେଟିବାକୁ ଆସିଥିଲେ । ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ । ତା ପର ଦିନ ମୁଁ ଖବର ପାଇଲି ଯେ ତାଙ୍କର ହତ୍ୟା ହୋଇଛି । କୁଳମଣି ବାବୁଙ୍କର ହତ୍ୟା ହୋଇନଥିଲା ନିଜ ସ୍ୱାର୍ଥ ପାଇଁ ତାଙ୍କୁ ହତ୍ୟା କରାଗଲା ।
ଆଜି ବି କୁଳମଣି ବରାଳଙ୍କ ହତ୍ୟାକାରୀ ମାନେ ନିର୍ଦ୍ୱନ୍ଦରେ ବୁଲୁଛନ୍ତି । ସ୍ୱାଭିମାନୀ ମାହାଙ୍ଗାର ଯୁବ ସମାଜକୁ କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଆମେ ଉଚିତ ଦଣ୍ଡ ଦେବା ପାଇଁ ସଂକଳ୍ପ କରିବା ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୁଳମଣି ବରାଳଙ୍କ ବଳିଦାନ ଯଥାର୍ଥ ଯିବ ନା ନାହିଁ ଯୁବ ସମାଜକୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।
📱 Get Argus News App
✨ଜାନୁୟାରୀ ୨, ୨୦୨୧ରେ ମାହାଙ୍ଗା ନୃତଙ୍ଗର କୁଳମଣି ବରାଳ ଓ ଦିବ୍ୟସିଂବ ବରାଳଙ୍କୁ ଅତି ନୃସଂଶ ଭାବେ ହତ୍ୟା କରାଗଲା । ଏଇ ହତ୍ୟା ଘଟଣାରେ ୧୩ ନମ୍ବର ମୁଦାଲା ଥିଲେ ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା । ଦଫା ୩୦୨ ବି ଲାଗିଲା । ହେଲେ ମାହାଙ୍ଗା ପୋଲିସ ଚାର୍ଜସିଟରୁ ପ୍ରତାପଙ୍କ ନାଁ କାଟିଦେଲା । କୋର୍ଟ କହିଲେ ପୁନଃ ତଦନ୍ତ କର । ଏହା ଭିତରେ ଡବଲ ମର୍ଡର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ୍ କାବୁଆର ମୃତଦେହ ମିଳିଲା ପ୍ରତାପ ଜେନାଙ୍କ ପରିବାରର ମାଲିକାନାରେ ଥିବା ଷ୍ଟକୟାର୍ଡ ନିକଟରୁ । କୁଳମଣି ବରାଳଙ୍କ ପୁଅ କୋର୍ଟ ମାଧ୍ୟମରେ ପ୍ରତାପ ଜେନାଙ୍କ ପିଏ ବାପି ବିଶ୍ବାଳ, ପ୍ରତାପଙ୍କ ଖାସ୍ ଶରତ ନାୟକ, କାବୁଆ ଓ ଅନ୍ୟ ଅଭିଯୁକ୍ତଙ୍କ କଲ ଡିଟେଲସ ଦାବି କଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାହାଙ୍ଗା ପୋଲିସ ସମୟ ଗଡାଇ ଚାଲିଲା । ଶେଷରେ ସିଡିଆରରୁ ଜଣାପଡିଲା ବାପି ବିଶ୍ବାଳ ଓ ଶରତ ନାଏକ ଅନେକ ଥର ମୃତ ତଥା ହତ୍ୟା ଅଭିଯୁକ୍ତ କାବୁଆ ସହିତ କଥା ହୋଇଥିଲେ । ଏହାପରେ କୋର୍ଟ ସମନ ଜାରି କରିଥିଲେ । ଆଉ ତା'ପରେ ତାରିଖ ପରେ ତାରିଖ ଗଡି ଚାଲିଛି । କିନ୍ତୁ ନ୍ୟାୟ ମିଳିପାରିନାହିଁ...କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।
ତେବେ ଏଠାରେ ପ୍ରଶ୍ନ ଶାସନରେ ବିଜେଡି ସରକାର ଥିବାରୁ ନେତା ମନ୍ତ୍ରୀ ଯାହା କଲେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । ଏମିତିକି କିଛିଦିନ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ, ଦାଗୀ ନେତାଙ୍କ ରିପୋର୍ଟ ଦିଅ । ହେଲେ ଏବେ ବି ନିଦାବିଷ୍ଣୁ ସାଜିଛନ୍ତି ନବୀନ ବାବୁ ।