ରୂପାନ୍ତରଣ ନା ଛଳନା? ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର

Key Points
ରୂପାନ୍ତାରଣ ନା ପ୍ରତାରଣା ?
ରୂପାନ୍ତରଣ ନା ଛଳନା?
ରୂପାନ୍ତରଣ ନା ଦିନରେ ଲଣ୍ଠନ ଦେଖାଇବା?
ଶିକ୍ଷାର ଅବସ୍ଥା କଣ ?
ଅର୍ଗସ ବ୍ୟୁରୋ: ଓଡିଶାରେ ପିଲା ମାଟ୍ରିକ ପଢିବା ସମୟରେ ପାଖାପାଖି 50 ଭାଗ ଅଧାରୁ ପାଠ ଛାଡି ଦେଉଛନ୍ତି । ଏଇଥର ମାଟ୍ରିକ ପରୀକ୍ଷାରେ ୧୫ ହଜାର ପିଲା ଫର୍ମ ଭରି ପରୀକ୍ଷା ଦେବାକୁ ଗଲେନି । ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା ବ୍ୟବସ୍ଥାରେ ଆଜି ୪୯ ପ୍ରତିଶତ ପିଲା ଡ୍ରପ ଆଉଟ୍ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର କଣ ଏଇଟା ରୂପାନ୍ତରୀକରଣ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।
ଆମେ ଗୁମାସ୍ତା କଥା ଶୁଣିବୁନି
ବିଜେପିର ମିଶ୍ରଣ ମଞ୍ଚରୁ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୫ ବର୍ଷ ହେଲା ଲୋକ ଆପଣଙ୍କୁ ଭରସା କଲେ। ଖାଲି ରୁପାନ୍ତିକରଣ କଥା କହୁଛନ୍ତି। ହେଲେ ଏସବୁ ର ହିସାବ ଦେବାକୁ ପଡ଼ିବ। ସରକାର କହୁଛନ୍ତି ବିରୋଧି ସହି ପାରୁ ନାହାନ୍ତି। ହେଲେ ମୁଁ ଆହ୍ବାନ ଦେଉଛି ମୁଖ୍ୟମନ୍ତ୍ରୀ ମଞ୍ଚ ତିଆରି କରନ୍ତୁ। ଗୁମାସ୍ତା କି ଆଉ କିଏ କଲେ ହେବ ନାହିଁ। ରୂପାନ୍ତରଣ ନା ପ୍ରତରଣା। ରୂପାନ୍ତରଣ ନା ଛଳନା । ରୂପାନ୍ତରଣ ନାଁରେ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
📱 Get Argus News App
✨ଖାଲି ଏତିକି ନୁହେଁ ବରଂ ଡ୍ରପ୍ ଆଉଟ୍ କୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ୪୯. ୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡିଛନ୍ତି । ଶିକ୍ଷାର ଅବସ୍ଥା କ'ଣ । ଓଡିଶାରେ ପିଲା ମାଟ୍ରିକ ପଢିବା ସମୟରେ ପାଖାପାଖି 50 ଭାଗ ପିଲା ପାଠ ଛାଡି ଦେଉଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 15 ହଜାର ପିଲା ଫର୍ମ ଭରି ପରୀକ୍ଷା ଦେବାକୁ ଗଲେନି । କଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏଇଟା ରୂପାନ୍ତରୀକରଣ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।