Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ସାହସୀ ଓଡ଼ିଶା ତିଆରି କରିବାକୁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର

Odisha

 ସାହସୀ ଓଡ଼ିଶା ତିଆରି କରିବାକୁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର

Manini Pattanayak
Browse all articles by Manini Pattanayak
·2 years ago·2 min read
 ସାହସୀ ଓଡ଼ିଶା ତିଆରି କରିବାକୁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର:  ମାହାଙ୍ଗା ମାଟିରୁ ମହା ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଲେଇ ବଙ୍କାଇ ନୁହେଁ ସିଧାସିଧା ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ୍‌ କଲେ, ଡବଲ ମର୍ଡର ଘଟଣାରେ ଆଜି ବି କେମିତି ସ୍ଥାନୀୟ ବିଧାୟକ ବିନାଦ୍ଵିଧାରେ ବୁଲୁଛନ୍ତି ତାହା ବି କହିଲେ । ଖାଲି ଏତିକି ନୁହେଁ ବରଂ ସାହସୀ ଓଡ଼ିଶା ତିଆରି କରିବାକୁ ଆହ୍ଵାନ ଦେବା ସହ ଏଥର ପ୍ରଜାତନ୍ତ୍ରରେ ତାଣ୍ଡବ ହେବ, ଭୋଟ୍‌ ବାକ୍ସରେ ତାଣ୍ଡବ ହେବ ...ବାଲାଟ୍‌ ବକ୍ସରେ ତାଣ୍ଡବ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ ଏପରି ଆହ୍ଵାନ ପରେ ତେଜିଲାଣି ରାଜ୍ୟ ରାଜନୀତି । ମାହାଙ୍ଗା ଗସ୍ତରେ ଥିବା ଧର୍ମେନ୍ଦ୍ର ପୁଣି ଥରେ ଓଡ଼ିଆଙ୍କ ପ୍ରତି ଥିବା ତାଙ୍କର ଭଲପାଇବା ଦେଖାଇଛନ୍ତି । ମଂଚରେ ଅଭିଭାଷଣ ଦେବା ବେଳେ କହିଛନ୍ତି, ମୁଁ ଅହକାଂରୀ ନୁହେଁ କାହାକୁ ନାଲିଆଖି ଦେଖାଇବା ମୋର ଅଭ୍ୟାସ ନାହିଁ କିନ୍ତୁ ଓଡ଼ିଆଙ୍କ ଆତ୍ମବିଶ୍ଵାସ ସହ କିଏ ନଖେଳୁ । ଖାଲି ଏତିକି ନୁହେଁ ବରଂ ସମ୍ବଲପୁରରେ ଯାହା କହିଥିଲେ ମାହାଙ୍ଗାରେ ପୁଣି ଥରେ ଦୋହରାଇଲେ ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟବ୍ୟବସ୍ଥା କେବଳ ପ୍ରଚାର ଓ ହୋର୍ଡିଂରେ ହିଁ ରହିଯାଇଛି । ଯେଉଁଥି ଲାଗି ଓଡ଼ିଆ ପିଲା ଆଜି ପୁଷ୍ଟିହୀନତାର ଶିକାର ହୋଇଛନ୍ତି ।
ହତ୍ୟା କରିଥିବା ଲୋକଙ୍କୁ ନୃଶଂସ କହିବାନି ତ କ'ଣ କହିବା ବୋଲି କଲେ ପ୍ରଶ୍ନ ?

ନିଜ ମାଟିରେ ସ୍ଥାନୀୟ ବିଧାୟକଙ୍କ ଖୋଲି ଦେଲେ ପୋଲ । କେମିତି ମହାଙ୍ଗା ଡବର ମର୍ଡର ମାମଲାରେ ମୁଦାଲା ଥାଇ ବି ଆଜିଯାଏଁ ବାହାରେ ବୁଲୁଛନ୍ତି । ଯିଏ ଏମିତି ଜଘଣ୍ୟ କାଣ୍ଡ ଭିଆଏ ସେ ନୃଶଂସ ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମୋଟ୍‌ ଉପରେ ଯୁବ ସଂକଳ୍ପ ସମାବେଶରେ ଯୋଗଦେଇ ସିଧାସଳଖ ରାଜ୍ୟ ସରକାର, ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ସରକାର ଦୁର୍ନୀତିରେ ବୁଡ଼ିଥିବା କହି ସମାଲୋଚନା କରିଛନ୍ତି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra called to create a brave Odisha | Argus English