Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାନୁଆରୀ 15ରେ ଧନୁଯାତ୍ରା, ପାରମ୍ପରିକ ରୀତିନୀତିରେ ହେଲା ପୂଜାର୍ଚ୍ଚନା

Odisha

ଜାନୁଆରୀ 15ରେ ଧନୁଯାତ୍ରା, ପାରମ୍ପରିକ ରୀତିନୀତିରେ ହେଲା ପୂଜାର୍ଚ୍ଚନା

Smruti Parija
Browse all articles by Smruti Parija
·2 years ago·1 min read
ଜାନୁଆରୀ 15ରେ ଧନୁଯାତ୍ରା, ପାରମ୍ପରିକ ରୀତିନୀତିରେ ହେଲା ପୂଜାର୍ଚ୍ଚନା

ବରଗଡ: ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଗୋପପୁର ଯାତ୍ରା କମିଟି ଦ୍ୱାରା ସ୍ଥାନୀୟ ବୃନ୍ଦାବନ ପଡ଼ିଆଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପାରମ୍ପାରିକ ରୀତିନୀତିରେ ପୂଜା ଅର୍ଚ୍ଚନା କରାଯିବା ସହ  କୃଷ୍ଣ,ବଳରାମ ଓ ରାଧା ଭୁମିକାରେ ମଭିନୟ କରୁଥିବା କଳାକାରଙ୍କୁ ବରଣ କରାଯାଇଥିଲା । ପରେ ମନ୍ଦିରରୁ ଘଣ୍ଟବାଦ୍ୟ , ସଂକୀର୍ତ୍ତନର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରା ଗାଁ ପରିକ୍ରମା କରି ଜୀରା ନଦୀ ତୁଠ ବୃନ୍ଦାବନ ପଡ଼ିଆକୁ ପହଂଚିଥିଲା । 

ସେଠାରେ ନନ୍ଦରାଜଙ୍କ କୂଳପୁରୋହିତଙ୍କ ଦ୍ୱାରା ରୀତିନୀତିରେ ପୂଜା କରାଯାଇ ଗୋପପୁର କମିଟି ସଭାପତି ଉପଜିଳ୍ଳାପାଳ କୁମାର ନାଗଭୂଷଣ  ହାତରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା ।  ଶୁଭସ୍ତମ୍ଭ ପରଦିନଠାରୁ ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହି ସମୟରେ ସ୍ୱତଃପ୍ରବୃଚା ଭାବେ ଗ୍ରାମବାସୀ କୃଷ୍ଣଭକ୍ତିରେ ମଜ୍ଜି ଯାଇଥାନ୍ତି । ଯେଉଁଥିପାଇଁ ଗାଁରେ ଆମିଷ ବାରଣ କରାଯାଇଥାଏ । 

ଏବେ ଠାରୁ ଯାତ୍ରାକୁ ନେଇ ଗାଁରେ ବେଶ ଉତ୍ସାହ ଦେଖାଦେଇଥିବାବେଳେ କଳାକାରମାନେ ମଧ୍ୟ ଯାତ୍ରା ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଚଳିତ ବର୍ଷ କୃଷ୍ଣ ଭୂମିକାରେ ସମ୍ରାଟ ମହାପାତ୍ର, ବଳରାମ ଭୂମିକାରେ କିଶନ ବିତ୍ତିଆ ଓ ରାଧା ଭୁମିକାରେ ବୈଷ୍ଣବୀ ବିର୍ତ୍ତିଆ ପୁଣିଥରେ ଅଭିନୟ କରୁଥିବା ବେଳେ ବିଗତ ବର୍ଷ ଅପେକ୍ଷା ଏବର୍ଷ ଉନ୍ନତ କଳା ପ୍ରଦର୍ଶନ କରିବେ ବୋଳି ଆଶା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...


 

Sponsored
dhanujatra-to-be-held-on-january-15 | Argus English