Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ  : ଉପଜିଲ୍ଲାପାଳ  

Odisha

ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ  : ଉପଜିଲ୍ଲାପାଳ  

Manini Pattanayak
Browse all articles by Manini Pattanayak
·2 years ago
ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ  : ଉପଜିଲ୍ଲାପାଳ  

କଟକ: ବାବା ଧବଳେଶ୍ୱରଙ୍କ ପୂଜକଙ୍କୁ   ଘଣ୍ଟାଏ ଭିତରେ ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ। । ଏନେଇ ନିର୍ଦ୍ଦେଶ ନୋଟିସ୍‌ ଲଗାଇଛନ୍ତି ଆଠଗଡ ଜିଲ୍ଲାପାଳ।  ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସ୍ ରେ ଉଲ୍ଲେଖ ରହିଛି।

ବ୍ୟାରିକେଟ୍‌ ପାଇଁ ଧବଳେଶ୍ବର ପୀଠରେ ପ୍ରଶାସନ ଓ ପୂଜକ ମୁହାଁମୁହିଁ । ବ୍ୟାରିକେଟ୍ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଫଳରେ ସକାଳ ୧୦ଟାରୁ ବନ୍ଧ ରହିଛି ମନ୍ଦିର ଦ୍ୱାର।  । ଉତ୍ତର ପାର୍ଶ୍ବରେ ଥିବା ବ୍ୟାରିକେଡ଼ ପରିବର୍ତ୍ତନକୁ ନେଇ ତୀବ୍ର ଅସନ୍ତୋଷ । ମନ୍ଦିର ମୁଖ୍ୟ ଦ୍ବାରରେ ତାଲା ପକାଇଛନ୍ତି ପୂଜକ ସମାଜ । ଦ୍ବିତୀୟ ପଞ୍ଚୁକରେ ମନ୍ଦିର ବାହାରେ ହଜାର ହଜାର ଭକ୍ତ ଧାଡିରେ ଛିଡ଼ା ହୋଇ ରହିଛନ୍ତି । ବାବାଙ୍କ ଗଙ୍ଗାଧର ବେଶ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhabaleswar temple priest in strike | Argus English