Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କାଲିଠୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି  ଜଗା  ଦର୍ଶନ କରିବେ ଭକ୍ତ

Odisha

କାଲିଠୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି  ଜଗା  ଦର୍ଶନ କରିବେ ଭକ୍ତ

Manini Pattanayak
Browse all articles by Manini Pattanayak
·2 years ago·1 min read
କାଲିଠୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି  ଜଗା  ଦର୍ଶନ କରିବେ ଭକ୍ତ

ପୁରୀ: ବର୍ଷ ଶେଷରେ ଜଗନ୍ନାଥ ଧାମରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି। 2023ର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାକୁଳ ଶ୍ରଦ୍ଧାଳୁ। ସୁରକ୍ଷା ଦୃଷ୍ଟିରୁ ଏବଂ ଶୃଙ୍ଖଳିତ ବ୍ୟବସ୍ଥାକୁ ନଜରରେ ରଖି ବିଭିନ୍ନ ପ୍ରସ୍ତୁତି କରିଛି ପୁରୀ ପ୍ରଶାସନ। ତଥାପି ଧାଡିରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍ଡରେ ଅପେକ୍ଷା କରିବାକୁ ପଡୁଛି।

ସେହିପରି ଆଜି ରାତି ଗୋଟାଏରୁ ଭକ୍ତ କରିବେ ଜଗା ଦର୍ଶନ।  ନୂଆ ବର୍ଷରେ  ଲକ୍ଷାଧିକ  ଭକ୍ତଙ୍କ ସମାଗମ  ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।  ରାତି ଗୋଟାଏରୁ ଆରମ୍ଭ ହେବ ଦ୍ୱାର ଫିଟା ନୀତି। ଏନେଇ  ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଆସନ୍ତାକାଲିଠୁ ନୂଆ ବ୍ୟବସ୍ଥାରେ ଜଗା ଦର୍ଶନ କରିବେ ଭକ୍ତ। ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଦର୍ଶନ କରିବେ ଭକ୍ତ। ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ପ୍ରବେଶ ମନା  ।    

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Devotees will visit the place wearing elegant clothes from tomorrow | Argus English