କାଳିଆକୁ ଧରି ଦେଶ ବିଦେଶ ବୁଲୁଛନ୍ତି ଏହି ଭକ୍ତ

ପୁରୀ: ସେ ଭାବର ଠାକୁର...ଅନୁଭବର ଠାକୁର । ଯିଏ ତାକୁ ଥରେ ଅନୁଭବ କରିଛି, ତାକୁ ପାଇଛି ତା ଭାବରେ ସେ ବନ୍ଧା ପଡିଛି । ଯେମିତି ଏହି ଭକ୍ତ ଜଣଙ୍କ ପଡିଛନ୍ତି । ସେଥିପାଇଁ ତ କାଳିଆକୁ କୁଣ୍ଢେଇ ଧରି ଦେଶ ବିଦେଶ ବୁଲୁଛନ୍ତି । କ୍ଷଣିକେ ତାକୁ ଦୂରେଇବାକୁ ସେ ନାରାଜ । ଜୀବନ ଥିବା ଯାଏ ମୋ କାଳିଆ ମୋ ସହ ଏମିତି ଥାଉ ବୋଲି କହିଛନ୍ତି ଏହି ଭକ୍ତ ଜଣକ ।
ଭାବ ବିନୋଦିଆ କାଳିଆ ଠାକୁର । ଥରୁଟିଏ ଯାହା ସାଙ୍ଗେ ଭାବ ଲଗେଇ ଦିଅନ୍ତି... ସେ ତାଙ୍କରି ପ୍ରେମରେ ଉବୁଟୁବୁ ହୁଏ । ସିଂହଦ୍ୱାରରେ ଏମିତି ଅନେକ ଭକ୍ତ ନିଜ ଅନୁଭୂତି ବଖାଣନ୍ତି । ହେଲେ ଇଏ ଟିକିଏ ନିଆରା । ୟାଙ୍କ କଥା ଶୁଣିଲେ ମନେ ପଡେ ବନ୍ଧୁ ମହାନ୍ତିଙ୍କ କଥା ।
ଆଉ ଆଜି ଯାହାଙ୍କୁ ଦେଖୁଛନ୍ତି ସେ ବି ଯାଜପୁରର । କାଳିଆ ଠାକୁରଙ୍କ ପ୍ରେମରେ ସେ ସମ୍ପୂର୍ଣ୍ଣ ତଲିନ୍ନ। ଯୁଆଡେ ଯାଉଛନ୍ତି କାଳିଆକୁ ସାଙ୍ଗରେ ନେଇ ଯାଉଛନ୍ତି । ଏମିତି କି ଥାଇଲାଣ୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦେଶକୁ ମଧ୍ୟ କାଳିଆ ବିନା ସେ କୁଆଡେ ଯାଆନ୍ତି ନାହିଁ । ତାଙ୍କ କାଳିଆ ପ୍ରୀତି ଦେଖିଲେ ମନେ ପଡ଼ନ୍ତି ବନ୍ଧୁ ମହାନ୍ତି । ଜଗନ୍ନାଥ ଦର୍ଶନ ଅନୁଭୂତି କହୁ କହୁ ତାଙ୍କ ଆଖିରୁ ଲୁହ ଝରିଆସୁଛି । ସତରେ କେଡେ ଭାବ ବିନୋଦିଆ କାଳିଆ ଠାକୁର ।
📱 Get Argus News App
✨
ଆହୁରି ପଢନ୍ତୁ ଓଡିଶା ଖବର...