Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେରହିବ

Odisha

ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେରହିବ

Ritu Das
Browse all articles by Ritu Das
·2 years ago·4 min read
ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେରହିବ

ଅର୍ଗସ ବ୍ୟୁରୋ: ଆଉ କିଛି ଘଣ୍ଟାରେ ସରିଯିବ ୨୦୨୩ । ନୂଆ ଉନ୍ମାଦନା ସହ ନୂତନ ବର୍ଷକୁ ସ୍ୱାଗତ କରିବାକୁ ପୁରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଦାୟୀ ବର୍ଷ ଛାଡ଼ି ଦେଇ ଯାଇଛି ଅନେକ ସ୍ମୃତି । ସେ ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ହେଉ କିମ୍ବା ମେସିଙ୍କର ୱାର୍ଲ୍ଡକପ ବିଜୟ । ବହୁ କାରଣ ପାଇଁ ଏ ବର୍ଷକୁ ଝୁରିବେ ବିଶ୍ୱବାସୀ । ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ସେ ସବୁକୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ .. ଛାତିଥରା ସ୍ମୃତି

ଦିଲ୍ଲୀ ଛାତିରେ ଲୁହର ସମାଧି.......
ଆଖି ଥିବା ଅନ୍ଧ ଦର୍ଶକଙ୍କ ମଝିରେ ଗୋଟେ ଝିଅର ଚିତ୍କାର, ଆଉ ଜଣେ ରାକ୍ଷସର ବର୍ବର କାଣ୍ଡ .. ବର୍ଷ ତମାମ ପ୍ରେମରେ ଲାଗିଛି କଳଙ୍କର ଛିଟା .. ବର୍ଷ ତମାମ ପ୍ରେମ ଖେଳିଛି ରକ୍ତର ହୋଲି । ଏପରି ଘଟଣା ଘଟିଛି, ଆପଣମାନେ ଭାବିବାକୁ ବାଧ୍ୟ ହେବେ ପ୍ରେମ କଣ ସତରେ ଆଜି ବି ବଞ୍ଚିଛି ? ସେ ସଇତାନମାନଙ୍କ କାନରେ କିଏ ସେ ଫୁଙ୍କିବ ସୃଷ୍ଟି ଆବାହନୀର ମୂଳମନ୍ତ୍ର, 'ଯନ୍ତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା' । ସେମାନଙ୍କ ପାଇଁ ନାରୀ ତ କେବଳ ଏକ ଉପଭୋଗର ବସ୍ତୁ । ତାହା ନ ହୋଇଥିଲେ ପ୍ରେମ ସ୍ୱୀକାର ନକରିବାରୁ କଣ ପ୍ରେମିକାକୁ କିଏ ଏମିତି ଦଣ୍ତ ଦେଇପାରେ । ୨୦ ଥର ଛୁରୀ ଭୁଷି ହତ୍ୟା କରିବା ପରେ ମଧ୍ୟ ମନ ଶାନ୍ତ ହେଲାନି ଯେ, ପଥରରେ ଛେଚି ଚାଲିଥିଲା ଜହ୍ଲାଦ । ଏ ଘଟଣା ହେଉଛି ଦିଲ୍ଲୀର । ଏସି ମେକାନିକ ଭାବେ କାମ କରୁଥିବା ସାହିଲ ଏପରି ନାରକୀୟ କାଣ୍ତ ଭିଆଇଛି । ଝିଅଟିଏ ପ୍ରେମ କରିବାକୁ ମନା କରିବାରୁ ଏପରି ଶାସ୍ତି ଦେଇଛି ସାହିଲ । 

ଜହ୍ଲାଦ ପାଲଟିଲା ଲିଭଇନ ପାର୍ଟନର......
ପ୍ରେମିକାକୁ ପ୍ରଥମେ ହତ୍ୟା କରି ଖଣ୍ତ ଖଣ୍ତ କଲା, ପରେ ପ୍ରେସର କୁକରରେ ସିଝାଇଲା । ସେ ସିଝା ମାଂସକୁ କୁକୁରଙ୍କୁ ଖାଇବାକୁ ଦେଲା ଓ ଜରିରେ ଭର୍ତ୍ତି କରି ବାହାରେ ଫୋପାଡ଼ୁଥିଲା । ଚଳିତ ବର୍ଷର ଏ ଘଟଣା ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଇୟେ କେଉଁ ପ୍ରକାର ମାନସିକତା । ଭଲ ପାଇଥିବା ମଣିଷ ଯେ ଏପରି ଘୃଣାର ପାତ୍ର ପାଲଟିପାରେ, ତାହା ଦେଶବାସୀଙ୍କୁ ଭାବିବାକୁ ବାଧ୍ୟ କରିଥିଲା । ମୁମ୍ବାଇରେ ଘଟିଥିବା ଏ ଘଟଣା ପ୍ରେମ ଉପରୁ ଭରସା ଉଠାଇବା ପାଇଁ ଯଥେଷ୍ଟ ଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ସାଜେକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ନିଜଠାରୁ ୨୪ ବର୍ଷ ସାନ ସରସ୍ୱତୀ ବେଦୀ ନାମକ ମହିଳାଙ୍କ ସହ ଲିଭଇନରେ ରହୁଥିଲା ମନୋଜ । ହତ୍ୟା ଯେ କେତେ ଭୟଙ୍କର ଓ ଜଘନ୍ୟ ହୋଇପାରେ ତାହା ଜଣେ ଭାବିବା ମଧ୍ୟ ମୁସ୍କିଲ । 

ମଣିପୁରରେ ବିକ୍ରି ହେଲା ସମ୍ମାନ, ଅପମାନରେ ମୁଣ୍ତ ନୁଆଁଇଲା ଦେଶ......
ଯେଉଁ ଦେଶରେ ନାରୀଙ୍କୁ ଦେବୀ ରୂପେ ପୂଜା କରାଯାଏ, ଯେଉଁ ଦେଶରେ ମାତା ଦୁର୍ଗାଙ୍କର ଆରାଧନା କରାଯାଏ, ଯେଉଁ ଦେଶରେ ଭୂମିକୁ ମାତା ମାନନ୍ତି, ସେ ଦେଶରେ ମଧ୍ୟ ନାରୀର ସମ୍ମାନ ରାସ୍ତରେ ବିକ୍ରି ହୁଏ । ମଣିପୁରରେ ଘଟିଥିବା ହିଂସା ଓ ଏହାର ପ୍ରତିଫଳ ସ୍ୱରୂପ ଦୁଇ ଜଣ ମହିଳାଙ୍କ ଉପରେ କରା ଯାଇଥିବା ଅକଥନୀୟ ଅତ୍ୟାଚାର ପୁରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଭାରତର ସମ୍ମାନ ମାଟିରେ ମିଶି ଯାଇଥିଲା । ଲଜ୍ଜା ଓ ଅପବାଦରେ ସଭ୍ୟ ମଣିଷର ମୁଣ୍ତ ନଇଁ ଯାଇଥିଲା । ଚଳିତ ବର୍ଷ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରବପ ନେଇଥିଲା । କୁଜି ଓ ମୈତେଇ ସମୁଦାୟଙ୍କ ଝଗଡ଼ାରେ ମହିଳାଙ୍କର ଆତ୍ମ ସମ୍ମାନ ବଳି ପଡ଼ିଥିଲା । ଖୋଲା ବଜାରରେ ନିଲାମ ହୋଇଥିଲା ଇଜ୍ଜତ । ଦୁଇ କୁଜି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ଚଲା ଯାଇଥିଲା । ଭିଡ଼ିଓ ଭାଇରାଲ ହେବା ପରେ ହତବାକ ହୋଇ ପଡ଼ିଥିଲା ପୁରା ରାଷ୍ଟ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅତିକ୍‌ ସାମ୍ରାଜ୍ୟର ଅନ୍ତ.........
ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା କରାଯାଇଥିଲା । ୟୁପିରେ ନିଜର ଆତଙ୍କ ଚଳାଇଥିବା ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରୟାଗରାଜର ଏକ ମେଡିକାଲକୁ ନିଆଯାଉଥିବା ବେଳେ ଉଭୟ ଗୁଳିମାଡ଼ର ଶିକାର ହୋଇଥିଲେ । ମାତ୍ର ୧୦ ସେକେଣ୍ଡରେ ଉଡ଼ି ଯାଇଥିଲା ଉଭୟଙ୍କ ଜୀବନ । ପୋଲିସ ଉପସ୍ଥିତିରେ ଦୁଇ ଭାଇଙ୍କୁ ହତ୍ୟା କରାଯିବା ବର୍ଷରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଗୁଳିମାଡ଼ର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । 

ବାହା ହେବାକୁ ଜିଦ୍ କରିବାରୁ ମାରିଦେଲା......
ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ ପୁରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ନୃଶଂସତାର ସବୁ ସୀମା ଟପି ଯାଇଥିଲା ଜହ୍ଲାଦ ପ୍ରେମିକ ଅଫତାବ୍‌ ପୁନାୱାଲା । ନିଜ ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା । ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଭଳି ଘଟଣା ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗତ ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ପ୍ରତିଦିନ ରାତିରେ ଖଣ୍ଡ ଶରୀରୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା । ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା । ଭଲ ପାଉଥିଲା, ବିବାହ କରିବାକୁ ଜିଦ୍‌ କରିବାକୁ ହତ୍ୟା କରିଥିଲା ଅଫତାବ୍ । ଆଉ ହତ୍ୟା କରିବା ପରେ ନା ମନରେ ଥିଲା ଦୁଃଖ ନା ଅନୁଶୋଚନା । ପୁରୁଣା ପ୍ରେମିକାକୁ ମାରିବା ପରେ ଘରକୁ ନୂଆ ପ୍ରେମିକା ଆଣିଥିଲା ଅଭିଯୁକ୍ତ ଅଫତାବ୍‌ । ଆଉ ସେତେବେଳେ ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ଶରୀର ଫ୍ରିଜରେ ହିଁ ଥିଲା। 

ଅଧିକ ପଢ଼ନ୍ତୁ ଅପରାଧ ଖବର 
 

Sponsored
Departing year will be | Argus English