Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲକ୍ଷ୍ମୀ ମାଝି ହତ୍ୟାକାରୀଙ୍କୁ ଧରିବା ଦାବି ଯୋରଦାର, ଜିଲ୍ଲାରେ12 ଘଣ୍ଟିଆ ବନ୍ଦକୁ ବିଜେପିର ସମର୍ଥନ ଖୋଲାଖୋଲି

Odisha

ଲକ୍ଷ୍ମୀ ମାଝି ହତ୍ୟାକାରୀଙ୍କୁ ଧରିବା ଦାବି ଯୋରଦାର, ଜିଲ୍ଲାରେ12 ଘଣ୍ଟିଆ ବନ୍ଦକୁ ବିଜେପିର ସମର୍ଥନ ଖୋଲାଖୋଲି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଲକ୍ଷ୍ମୀ ମାଝି ହତ୍ୟାକାରୀଙ୍କୁ ଧରିବା ଦାବି ଯୋରଦାର, ଜିଲ୍ଲାରେ12 ଘଣ୍ଟିଆ ବନ୍ଦକୁ ବିଜେପିର ସମର୍ଥନ ଖୋଲାଖୋଲି
  • ରାୟଗଡ଼ାରେ ଆଦିବାସୀ ମହାସଂଘର ରଣହୁଂକାର
  • ଲକ୍ଷ୍ମୀ ମାଝି ହତ୍ୟାକାରୀଙ୍କୁ ଧରିବା ଦାବି ଯୋରଦାର
  • ଜିଲ୍ଲାରେ12 ଘଣ୍ଟିଆ ବନ୍ଦକୁ ବିଜେପିର ସମର୍ଥନ ଖୋଲାଖୋଲି
  • ହତ୍ୟାର 16 ଦିନ ପରେ ବି କ୍ରାଇବ୍ରାଞ୍ଚ ହାତ ଖାଲି 
  • ଧରାପଡ଼ିଲା ରାଜ୍ୟ ସରକାରଙ୍କ ମିଛ ଆଦିବାସୀ ପ୍ରତି
  • ତଥାପି ମନ୍ତ୍ରୀ କହୁଛନ୍ତି ସରକାର ଆଦିବାସୀଙ୍କ ସହ ଅଛନ୍ତି

ଅର୍ଗସ ବ୍ୟୁରୋ:  ଆଦିବାସୀ ମହାସଂଘ ପକ୍ଷରୁ ଦିଆଯାଇଛିବା 12 ଘଣ୍ଟିଆ ରାୟଗଡ଼ ବନ୍ଦର ଜିଲ୍ଲା ବ୍ୟାପୀ ଦେଖିବାକୁ ମିଳିଛି ଯୋରଦାର ପ୍ରଭାବ। ଜିଲ୍ଲାରେ ଗାଡ଼ି ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ରହିଥିଲା ବନ୍ଦ। ବିଜେପି ମଧ୍ୟ କରିଥିଲା ବନ୍ଦକୁ ସମର୍ଥନ। ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ହତ୍ୟାର 16 ଦନ ପରେବି ଦୋଷୀକୁ ଧରିବାରେ କ୍ରାଇମବ୍ରାଞ୍ଚର ବିଫଳତା ନେଇ ରାଜ୍ୟ ସରକାରଙ୍କ ଉପରେ  ବର୍ଷିଛି ଆଦିବାସୀ ମହାସଂଘ।

ଲକ୍ଷ୍ମୀ ମାଝିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଆସୁଛନ୍ତି ପରିବାର। 16 ଦିନ ଧରି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଲକ୍ଷ୍ମୀଙ୍କ ବାପା। ଏଯାଏ ତାଙ୍କୁ ଝିଅର ପୋଷ୍ଟମର୍ଟମ ରିପୋର୍ଟ ବି ଦେଉନି କିମ୍ବା ହତ୍ୟାର କାରଣ ସମ୍ପର୍କରେ କିଛି ସୂଚନା ଦେଉନି ପୋଲିସ। ପୀଡ଼ିତ ପରିବାରକୁ ଥରେଟେ ବି ଭେଟି ସମବେଦନା ଜଣାଇବାକୁ ସ୍ଥାନୀୟ ବିଧାୟକ ତଥା ଆଦିବାସୀ ମନ୍ତ୍ରୀଙ୍କୁ ସମୟ ମିଳିନି। ଅଥତ ଭୁବନେଶ୍ବର ଆସି ପ୍ରତିକ୍ରିୟା ଦେଉଛନ୍ତି ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀଙ୍କ ସହ ଅଛନ୍ତି।

ମହିଳା ଓ ଆଦିବାସୀ ହେଉଛନ୍ତି ସମାଜର ସବୁଠାରୁ ସମ୍ଭେଦନ ଶୀଳ ବ୍ୟକ୍ତି। ସେମାନଙ୍କ କ୍ଷେତ୍ରରେ ଅଧିକ ଯତ୍ନବାନ ହେବା ସରକାରଙ୍କ ଦାୟିତ୍ବ। କିନ୍ତୁ ଜଣେ ଆଦିବାସୀ ଯୁବତୀଙ୍କୁ ନୃଶଂସ ଭାବେ ପୋଡ଼ି ମାରିଦିଆଗଲା ଅଥଚ 16 ଦିନ ବିତିଯାଇଥିଲେ ବି ଅପରାଧୀଙ୍କ ଟେର ପାଉନି କ୍ରାଇମବ୍ରାଞ୍ଚ। ପିଡ଼ୀତ ପରିବାରକୁ ସମବେଦନା ଜଣାବାକୁ ବି ସରକାରଙ୍କ ପାଖରେ ନାହିଁ ବେଳ। ସେଥିପାଇଁ ତ ଲକ୍ଷ୍ମୀଙ୍କ ବାପା କହୁଛନ୍ତି ଆମର କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ସିବିଆଇ ତଦନ୍ତ ଦରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡିସେମ୍ବର 21 ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଘର ଲୋକଙ୍କ ଅଭିଯୋଗ ଏହା ରେପ ଆଣ୍ଡ ମର୍ଡର। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଶିଥିଳତା ଧରାପକାଇ ଦେଇଛି ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରୀତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Demands to arrest Lakshmi Majhi's killers are strong, BJP's support for 12-hour shutdown in the district is open. | Argus English