|
logo
Live

Argus News - ୫୦ ଲକ୍ଷ ଟଙ୍କା ଡକାୟତି କରି ଫେରାର ଥିଲା ମୋଷ୍ଟ ୱାଣ୍ଟେଡ ସମୟ ସିଂ

Odisha

୫୦ ଲକ୍ଷ ଟଙ୍କା ଡକାୟତି କରି ଫେରାର ଥିଲା ମୋଷ୍ଟ ୱାଣ୍ଟେଡ ସମୟ ସିଂ

Jitendra Dash
Browse all articles by Jitendra Dash
·2 years ago·1 min read
୫୦ ଲକ୍ଷ ଟଙ୍କା ଡକାୟତି କରି ଫେରାର ଥିଲା ମୋଷ୍ଟ ୱାଣ୍ଟେଡ ସମୟ ସିଂ

ଅର୍ଗସ ବ୍ୟୁରୋ : କଟକ ରେଳ ଷ୍ଟେସନରୁ ଧରା ପଡ଼ିଲା ଦିଲ୍ଲୀର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ସମୟ ସିଂ । ୫୦ ଲକ୍ଷ ଟଙ୍କା ଡକାୟତି କରି ଫେରାର ଥିଲା ଏହି ଅଭିଯୁକ୍ତ । ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ । ଦିଲ୍ଲୀର ପଶ୍ଚିମ ବିହାର ଥାନା ଅଂଚଳରେ ୫୦ ଲକ୍ଷ ଟଙ୍କା ଡକାୟତି କରିବା ନେଇ ତା ନାଁରେ ଥିଲା ମାମଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦିଲ୍ଲୀରୁ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ସମୟରେ କଟକ ରେଳ ଷ୍ଟେସନରୁ ତାକୁ କାବୁ କଲା କଟକ ରେଳବାଇ ସୁରକ୍ଷା ପୋଲିସ ବା RPF । ଅଭିଯୁକ୍ତ ସହ ତାର ଜଣେ ବାନ୍ଧବୀକୁ ମଧ୍ୟ ଅଟକ ରଖିଲା RPF । ଦିଲ୍ଲୀ ପୋଲିସ କଟକ ରେଳ ଷ୍ଟେସନ ପହଞ୍ଚିବା ପରେ କଟକ RPF ଅଭିଯୁକ୍ତ ଆଉ ତା ବାନ୍ଧବୀକୁ ହସ୍ତାନ୍ତର କଲା । ଦିଲ୍ଲୀରେ ଅନେକ ବଡ଼ ବଡ଼ ସଂଗଠିତ ଅପରାଧ କରିବା ନେଇ ସମୟ ସିଂ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫୦ ଲକ୍ଷ ଟଙ୍କା ଡକାୟତି କରି ଫେରାର ଥିଲା ମୋଷ୍ଟ ୱାଣ୍ଟେଡ ସମୟ ସିଂ | Argus English