Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ

Odisha

ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ

ଅର୍ଗସ ବ୍ୟୁରୋ:  ଖଡ଼ିଆଳରେ ବି ଦୀପକ ସାହୁଙ୍କ ଲିଙ୍କ୍ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ । ଦାଦନ ପ୍ରବଣ, ଉପାନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗଦା ଗଦା ମଦ ଦୋକାନ ଖୋଲି ଅଞ୍ଚଳକୁ ସାହୁ ବ୍ରଦର୍ସ ଗରିବି କରୁଥିବା ଅଭିଯୋଗ । ଏହି ଅଞ୍ଚଳରେ ମଧ୍ୟ ରେଡ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ସମୟରେ ମଦ ଦୋକାନ, ଭାଟିକୁ ବନ୍ଦ ଏବଂ ସ୍ଥାନାନ୍ତର ପାଇଁ ଦାବି ହେଲେ ବି ସାହୁ ବ୍ରଦର୍ସଙ୍କ ଡରରେ ନେତା ଠୁ ପ୍ରଶାସନ ଚୁପ୍ ।

ଅର୍ଗସରେ ବଡ଼ ଖୁଲାସା । ଦୀପକ ସାହୁଙ୍କ ଟିଟିଲାଗଡ଼ ସ୍ଥିତ ଓମ୍‌ ଭେଲି ସ୍କୁଲ ନେଇ ବଡ଼ ତଥ୍ୟ ଲାଗିଛି ଅର୍ଗସ ହାତରେ । ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍କୁଲ କରିଛନ୍ତି ଦୀପକ ସାହୁ । ଏଠି ପ୍ରଶ୍ନ ଉଠୁଛି, ସରକାରୀ ଜମିରେ ସ୍କୁଲ ପାଇଁ ଅନୁମତି ଦେଲା କିଏ ? ୩୯ ଏକର ଜମିରେ କେମିତି ହେଲା ସ୍କୁଲ ? ଏ ସ୍କୁଲ କରିବା ପଛରେ ବିଜେଡିର ବଡ଼ ମନ୍ତ୍ରୀଙ୍କ ହାତ ନାହିଁ ତ । କେଉଁଠୁ ଏତେ ସାହସ ପାଇଲେ ଦୀପକ ସାହୁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepak Sahu Link in khadial | Argus English