Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ

Odisha

ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ

Banajyotshna Ray
Browse all articles by Banajyotshna Ray
·2 years ago
ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ। ଆସନ୍ତା ଡିସେମ୍ବର 30 ତାରିଖରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ପୁରସ୍କୃତ ହେବେ। ପ୍ରଥମ କିନ୍ନର ଭାବେ ପିଏଚଡି କରି ଏକ ନୂଆ ଇତିହାସ ଲେଖିଛନ୍ତି ଦୀପା। ଉତ୍କଳ ବିଶ୍ଵବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପି ଏଚ ଡି କରୁଛନ୍ତି। ତେବେ ଦୀପାଙ୍କ ଗଳାରେ ଅସ୍ତ୍ରୋପଚାର ହୋଇଥିବରୁ ସେ କିଛି କହି ପାରୁ ନଥିଲେ ମଧ୍ୟ ତାଙ୍କ ମୁହଁର ହସ ବୟାନ କରୁଛି ଏହି ସମ୍ମାନ ପାଇଁ ସେ କେତେ ଖୁସି। ଜୀବନର ଅନେକ ସଂଘର୍ଷ ମଧ୍ୟରେ ଚଟାଣ ଭଳି ମନୋବଳ ସହ ପୂରା ଭାରତର କିନ୍ନର ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepa Sahu, a native of Cuttack, will receive the President's Award | Argus English