Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟିମ୍ ଇଣ୍ଡିଆର ବିଜୟ ପାଇଁ ସୁରେଶ୍ୱରୀ ମନ୍ଦିରରେ ଦୀପ ଦାନ

Odisha

ଟିମ୍ ଇଣ୍ଡିଆର ବିଜୟ ପାଇଁ ସୁରେଶ୍ୱରୀ ମନ୍ଦିରରେ ଦୀପ ଦାନ

Smruti Parija
Browse all articles by Smruti Parija
·2 years ago·1 min read
ଟିମ୍ ଇଣ୍ଡିଆର ବିଜୟ ପାଇଁ ସୁରେଶ୍ୱରୀ ମନ୍ଦିରରେ ଦୀପ ଦାନ

ସୁବର୍ଣ୍ଣପୁର:  ଆଜି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଏହି ମହାସମରରେ ଭାରତ ତାର ବିଜୟ ଧାରା ବଜାୟ ରଖିଥିବାବେଳେ ଆଜି ଫାଇନାଲରେ ମୁହାଁ ମୁହିଁ ହେବେ ୫ ଥର ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଦଳ ସହିତ । ତେବେ ଟିମ୍ ଭାରତକୁ ବିଜୟୀ କରିବା ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି । ସେହିପରି ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା' ସୁରେଶ୍ଵରୀ ମନ୍ଦିରରେ ଦୀପ ଦାନ କରିଛନ୍ତି । ସୁବର୍ଣ୍ଣପୁରର କ୍ରିକେଟ ପ୍ରେମିମାନେ ଏକତ୍ରିତ ହୋଇ ମାଁ ଙ୍କ ଠାରେ ଦୀପ ଦାନ କରିବା ସହିତ ଇଣ୍ଡିଆ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ତା ସହ ସବୁ କ୍ଷେତ୍ରରେ ଦଳ ସୁଦୃଢ ରହିଥିବାରୁ ବିଜୟ ସୁନିଶ୍ଚିତ ବୋଲି ଆଶାବାଦୀ ଅଛନ୍ତି ।

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ଆଉ କିଛି ସମୟ ପରେ ଟସ୍ ପଡିବ । ତେବେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଆଗରେ ଜମିଲାଣି ଭିଡ । କ୍ରିଡାପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ଷ୍ଟାଡିୟମ ବାହାରେ ଫ୍ୟାନ୍ସଙ୍କ ଭିଡ ଜମିଲାଣି । 

ଆଜି ବିଶ୍ଵକପ୍ ଫାଇନାଲ୍, ଭାରତର ବିଜୟ କାମନା କଲେ ଧର୍ମେନ୍ଦ୍ର ପ୍ରଧାନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deep donation to Sureshwari Temple-subarnapur for Team India's victory | Argus English