ତୀର୍ଥଯାତ୍ରାରୁ ଫେରିବା ସମୟରେ ରାୟଗଡା ଷ୍ଟେସନରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ତୀର୍ଥଯାତ୍ରାରୁ ଫେରିବା ସମୟରେ ରାୟଗଡା ରେଳ ଷ୍ଟେସନରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ତୀର୍ଥଯାତ୍ରରୁ ଯାଇ ଫେରୁଥିବା ସମୟରେ ରାୟଗଡ଼ା ରେଳ ଷ୍ଟେସନରେ 66 ବର୍ଷୀୟ ରାଜେନ୍ଦ୍ର ପରିଡାଙ୍କ ମୃତ୍ୟୁ। ସୂଚନା ଅନୁଯାୟୀ ସେ କୋରାପୁଟ ଜିଲ୍ଲା ପୂଜାରୀ ପୁଟ ଅଞ୍ଚଳର ତାଙ୍କ ଘର। ସେ ଗତ ୧୪ ତାରିଖ ଦିନ ତୀର୍ଥ ଯାତ୍ରାରେ ରାୟଗଡା ରେଳଷ୍ଟେସନରୁ ବାହାରିଥିଲେ।
ଆଜି ଭୋର ୪ଟା ୪୫ରେ ଭାରତ ଗୌରବ ଟ୍ରେନରେ ସମସ୍ତ ତୀର୍ଥଯାତ୍ରୀ ରାୟଗଡ଼ା ଫେରିଥିଲେ ଏବଂ ଟ୍ରେନରୁ ଓହ୍ଲାଇବା ସମୟରେ ହଠାତ ତଳେ ଟଳିପଡି ଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେନ୍ଦ୍ରଙ୍କର ମୃତ୍ୟୁ କେଉଁ କାରଣରୁ ଘଟିଛି ସେନେଇ କୌଣସି ସୂଚନା ମିଳି ନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: