ଅନୁଗୁଳ ଜିଲ୍ଲାରେ ଅଘଟଣ : କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଅଘଟଣ । କୂଅ ଭିତରୁ ଯମଜ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ୩ରୁ ୪ମାସ ଯାଅଁଳା ଶିଶୁଙ୍କ ମୃତଦେହ ନିଜ ଘର ପଛପଟ କୂଅ ଭିତରେ ଠାବ କରାଯାଇଥିଲା । ଆଜି ଅପରାହ୍ନରେ ତପସ୍ୱିନୀ କୌଣସି କାମରେ ପଡ଼ୋଶୀ ଘରକୁ ଯାଇଥିଲେ । କିଛି ସମୟ ପରେ ଘରକୁ ଆସି ଯମଜ ଶିଶୁ ନଥିବାର ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପରେ ଏ ନେଇ ପରିବାର ଲୋକ ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁଙ୍କ ମୃତଦେହ ଭାସୁଥିଲା । ପରେ ସେହି କୂଅ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ଉଭୟଙ୍କ ମୃତଦେହ ବ୍ୟବଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ସହ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।