Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ, ଭାଇରାଲ ହେଲା ଭିଡ଼ିଓ

Odisha

ପୁଣି କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ, ଭାଇରାଲ ହେଲା ଭିଡ଼ିଓ

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ, ଭାଇରାଲ ହେଲା ଭିଡ଼ିଓ

ଅର୍ଗସ ବ୍ୟୁରୋ : ମୁଁ ଦାରିଙ୍ଗିବାଡ଼ି କଲେଜରେ ରହି ପାଠ ପଢୁଥିଲି । ମୋ ଦେହ ଖରାପ ଯୋଗୁଁ ମୁଁ କଲେଜ ଯାଇପାରିନଥିଲି । ମୋ ସାଙ୍ଗ ମାନେ ସବୁ କଲେଜ ଯାଇଥିଲେ । ମୁଁ ରୁମରେ ଥିଲି, ସେ ମତେ ଏକୁଟିଆ ଦେଖି ମୋ ସହ ଖରାପ ବ୍ୟବହାର କରିବା ସହ ଭିଡ଼ିଓ ଭାଇରାଲ କଲା । 

ପୁଣି କଲେଜ ଛାତ୍ରୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ । ଆଉ ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ଧମକ ଚମକ ଦେବା ସହ ଛାତ୍ରୀଙ୍କ ନଗ୍ନ ଭିଡ଼ିଓକୁ ବିଭିନ୍ନ ସୋସିଆଲ ମିଡ଼ିଆରେ କଲେ ଭାଇରାଲ । ଘଟଣାରେ ଦାରିଙ୍ଗିବାଡ଼ି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଜଣକ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପର୍ତ୍ତ ମାହା ପଞ୍ଚାୟତର ଯିହୋଶୟ ପ୍ରଧାନ l 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁଚନା ଅନୁସାରେ ଦାରିଙ୍ଗିବାଡ଼ି ଅଞ୍ଚଳର ଜଣେ ଯୁବତୀ ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ଘର ଭଡ଼ା ନେଇ ଘରୋଇ କଲେଜରେ ପାଠ ପଢୁଥିଲେ । ଏବଂ ଅନ୍ୟ ଦୁଇ ଜଣ ସହପାଠୀଙ୍କ ସହିତ ରହୁଥିଲେ । ତେବେ ଗତ ୨୯ ତାରିଖରେ ଦୁଇ ଜଣ ଛାତ୍ରୀ କଲେଜ ଯାଇ ଥିବା ବେଳେ ଅଭିଯୋଗ କରିଥିବା ପିଡ଼ିତା ଛାତ୍ରୀଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଘରେ ଏକୁଟିଆ ରହିଥିଲେ ।

ସେହି ସମୟରେ ଗିରଫ ହୋଇଥିବା ଅଭିଯୁକ୍ତ ଛାତ୍ରୀ ରହୁଥିବା ଘର ଭିତରକୁ ପଶି ତାଙ୍କୁ ଦୁଷ୍କର୍ମ କରିବା ସହ ନଗ୍ନ ଭିଡିଓ ଉତ୍ତଳନ କରିଥିଲେ । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏବଂ ପରେ ଛାତ୍ରୀଙ୍କ ନଗ୍ନ ଫୋଟ ଓ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ l ଏନେଇ ଗତକାଲି ଛାତ୍ରୀଙ୍କ ବାପା ଦାରିଙ୍ଗିବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଏ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଦାରିଙ୍ଗିବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି l 
 

Sponsored
daringbadi college student rape case | Argus English