Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକ ଏସସିବି ଟ୍ରମା କେୟାରରେ ଚାଲୁନି ଲିପ୍ଟ , ହନ୍ତସନ୍ତ ହେଉଛନ୍ତି ରୋଗୀ

Odisha

କଟକ ଏସସିବି ଟ୍ରମା କେୟାରରେ ଚାଲୁନି ଲିପ୍ଟ , ହନ୍ତସନ୍ତ ହେଉଛନ୍ତି ରୋଗୀ

Jitendra Dash
Browse all articles by Jitendra Dash
·2 years ago·1 min read
କଟକ ଏସସିବି ଟ୍ରମା କେୟାରରେ ଚାଲୁନି ଲିପ୍ଟ , ହନ୍ତସନ୍ତ ହେଉଛନ୍ତି ରୋଗୀ

ଅର୍ଗସ ବ୍ୟୁରୋ : ପୁଣି ଅଚଳ ହେଲା କଟକ ଏସସିବି ମେଡ଼ିକାଲ କଲେଜ ଟ୍ରମା କେୟାରର ଲିଫ୍ଟ । ଯାହା ଫଳରେ ହନ୍ତ ସନ୍ତ ହେଉଛନ୍ତି ରୋଗୀ ମାନେ । ଯାହାକୁ ବିରୋଧ କରି ଟ୍ରମା କେୟାର ସମ୍ମୁଖରେ ଧାରଣାରେ ବସିଲେ ସୁବାସ ସଂଗଠନର ସଦସ୍ୟ ମାନେ । ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ଲିଫ୍ଟର ଯାନ୍ତ୍ରିକ ତ୍ରୁଟି ରହିଛି ଓ କାଲି ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଏସସିବି କୂଳ ସଚିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଟ୍ରମା କେୟାର ବା ଦୁର୍ଘଟଣା ଜନିତ ଆସୁ ଚିକିତ୍ସା କେନ୍ଦ୍ରର ରୋଗୀ ବାହକ ଲିଫ୍ଟଟି କିଛି ଦିନ ହେବ ଖରାପ ହେବା ଯୋଗୁଁ ବନ୍ଦ ରହିଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ପାଞ୍ଚ ମହଲା ବିଶିଷ୍ଟ ଏହି ଟ୍ରମା କେୟାରର ତଳ ମହଲା ସହ ଅନ୍ୟ ଉପର ମହଲା ଗୁଡ଼ିକରେ ଅନ୍ୟାନ୍ୟ ଜରୁରୀ କାଳିନ ସେବା ରହିଛି । ଜହାକୁ ନେଇ ସୁବାସ ସଙ୍ଘଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଅନ୍ୟପଟେ ଏହି ସମସ୍ୟା ଆଜି ରାତି ସୁଦ୍ଧା ସମାଧାନ ହେବ ବୋଲି କହିଛନ୍ତି ଏସସିବି କୂଳ ସଚିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack scb medical lift issue | Argus English