ଦେଶର ୪୪୬ଟି ସହର ମଧ୍ୟରେ ୧୭୨ ସ୍ଥାନରେ ରହିଛି କଟକ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଥିବା ୫ଟି ମହାନଗର ନିଗମ ଭିତରେ ତଳ ଆଡୁ ଏକ ନମ୍ବର ଅର୍ଥାତ ପାଞ୍ଚ ନମ୍ବର ସ୍ଥାନରେ ରହିଛି କଟକ ମହାନଗର ନିଗମ । ଯାହାକୁ ନେଇ କଟକ ସହର ବାସିନ୍ଦା ଏବଂ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି । କଟକକୁ ୟୁରୋପର ସ୍ବପ୍ନ ଦେଖାଇ ଥିଲେ ମେୟର । ହେଲେ ଏବେ କଟକ ସହର ଦେଶରେ ଏବଂ ରାଜ୍ୟରରେ ନିନ୍ଦିତ ହୋଇଛି । ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ମହାନଗର ନିଗମ, ସ୍ବଚ୍ଛତାରେ କିପରି ଏତେ ତଳକୁ ଖସିବା ଆସିଲା ବୋଲି ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଭୁବନେଶ୍ବର ଶୀର୍ଷରେ ରହିବା ସହିତ ଭାରତ ବର୍ଷରେ ମଧ୍ୟ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ହାସଲ କରିଛି । ସିଏମ୍ସି ଶ୍ରେଷ୍ଠ ଶହେ ମଧ୍ୟରେ ନିଜ ସ୍ଥାନ ବନାଇବାରେ ଅସଫଳ ରହିବା ଏବେ ସିଏମସିର ସ୍ବଚ୍ଛତା ଓ ପରିମଳ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେୟର କହୁଛନ୍ତି, କଟକରେ ଜାଇକା ଏବଂ ଅନନ୍ୟା କନଷ୍ଟ୍ରକସନ କାମ ଚାଲୁଥିବାରୁ ସ୍ୱଚ୍ଛ ସର୍ବେକ୍ଷଣରେ ପଛରେ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଆବର୍ଜନା ମୁକ୍ତ ସହର ଭାବେ କଟକକୁ କୌଣସି ଷ୍ଟାର୍ ମିଳିନାହିଁ । ସିଏମ୍ସି ସବୁ ସହର ମଧ୍ୟରେ ୪୬୮୧.୪୦ ସ୍କୋର୍ ପାଇଛି । ଡମ୍ପିୟାର୍ଡ ଉନ୍ନତିକରଣରେ ଶୂନ ପ୍ରତିଶତ ପାଇଛି, ଯାହା ଚିନ୍ତାଜନକ ।