ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା
·2 years ago

ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । ଆଜି ସରିଥାନ୍ତା ବାଲିଯାତ୍ରା । ହେଲେ ବାଲିଯାତ୍ରା ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ବଢାଇବାକୁ ଅନୁରୋଧ କରିଥିଲେ ସିଏମସି ମେୟର । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିଲା । ଗତକାଲି ଛୁଟି ବାର ଥିବାବେଳେ ପ୍ରବଳ ଭିଡ ହୋଇଥିଲା । ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିଲେ ।
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: