|
logo
Live

Argus News - ରାଜ୍ୟସରକାରଙ୍କ ଅଣଓଡ଼ିଆ ପ୍ରୀତିକୁ ନେଇ ତଥାଗତଙ୍କ ପ୍ରଶ୍ନ

Odisha

ରାଜ୍ୟସରକାରଙ୍କ ଅଣଓଡ଼ିଆ ପ୍ରୀତିକୁ ନେଇ ତଥାଗତଙ୍କ ପ୍ରଶ୍ନ

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟସରକାରଙ୍କ ଅଣଓଡ଼ିଆ ପ୍ରୀତିକୁ ନେଇ ତଥାଗତଙ୍କ ପ୍ରଶ୍ନ

ଅର୍ଗସ ବ୍ୟୁରୋ: ରହି ରହି ତଥାଗତଙ୍କ ଟ୍ବିଟ। ପାଣ୍ଡିଆନଙ୍କ ୫ଟି ଚେୟାରମ୍ୟାନ ଦାୟିତ୍ବ ଦେବା ସମୟରେ ଗିନି ଉପାଖ୍ୟାନ ତା'ପରେ ରାମଚଣ୍ଡିକୁ ବେଳାଭୂମିରେ ବିଦେଶୀ ମାର୍ବଲକୁ ନେଇ ପୋଷ୍ଟ ପରେ ପୁଣି ଚର୍ଚ୍ଚାରେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତଙ୍କ ଟ୍ବିଟ। ଯାହା ସିଧା ରାଜ୍ୟ ସରକାରଙ୍କ ଅଣଓଡ଼ିଆ ପ୍ରୀତିକୁ ଇଙ୍ଗିତ କରୁଛି। ତେବେ ତଥାଗତ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ। ତାଙ୍କ ମଧ୍ୟରେ ଓଡ଼ିଆ ଭାବନା ଏବଂ ଓଡ଼ିଆ ପ୍ରୀତି ରହିବା ସ୍ବାଭାବିକ। ତେବେ ଗତ କିଛି ଦିନ ହେବ ବିଜେଡିରେ ଅଣଓଡ଼ିଆ ସଚିବଙ୍କ ଆଧିପତ୍ୟ ବିସ୍ତାର ପରେ ତଥାଗତ ବିଜେଡି ଓ ଦଳୀୟ କାର୍ଯ୍ୟକ୍ରମରୁ ଅନେକ ଦୂରରେ। କିନ୍ତୁ ତାଙ୍କ ଟ୍ବିଟ ସବୁବେଳେ ଚର୍ଚ୍ଚାରେ। 

ଗତକାଲି ଓଡ଼ିଶାରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ହଠାତ ପଦବୀରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୋଷ୍ଟରେ 2 ଅଣଓଡ଼ିଆ ବସିପାରନ୍ତି। 2 ଟପ୍‌ ପୋଷ୍ଟରେ ଅଣଓଡ଼ିଆ ବସିବା ନେଇ ଆଶଙ୍କା କରିଛନ୍ତି ତଥାଗତ। ଆସନ୍ତା ଡିସେମ୍ବରରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଛି। ଏହାକୁ ନେଇ ରାଜ୍ୟସରକାରଙ୍କୁ କଟାକ୍ଷ କଲେ ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ। 1947 ମସିହା ପରଠାରୁ ଏଭଳି ନିଷ୍ପତ୍ତି ପ୍ରଥମ ଥର ପାଇଁ ହୋଇଥିବା ମୁଁ ଭାବୁଛି। ତେବେ ଏହି ନିଷ୍ପତ୍ତିରେ ମୁଁ ଆନ୍ତରିକ ଭାବେ ସନ୍ତୁଷ୍ଟ ନୁହେଁ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟସରକାରଙ୍କ ଅଣଓଡ଼ିଆ ପ୍ରୀତିକୁ ନେଇ ତଥାଗତଙ୍କ ପ୍ରଶ୍ନ | Argus English