ଆଜି ଶୟଦ୍ ଇଶାନ ବୁଖାରିକୁ ୭ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ ଟି ଏଫ୍

ଯାଜପୁର: ଯାଜପୁର ଧର୍ମଶାଳା ମିଲତ ନଗରରୁ ଗିରଫ ହୋଇଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ଶୟଦ ଇଶାନ୍ ବୁଖରିକୁ କ୍ରାଇମବ୍ରାଞ୍ଚ ଏସ ଟି ଏଫ୍ ଅଧିକ ପଚରା ଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଚଣ୍ଡିଖୋଲ କୋର୍ଟରେ ଆବେଦନ କରିବ। ପ୍ରାଥମିକ ତଦନ୍ତରୁ ଏସ ଟି ଏଫ୍ ହତାରେ ଲାଗିଛି ଇଣ୍ଟର ନେସନାଲ ଫୋନ କଲ୍ ସାଙ୍ଗକୁ ସନ୍ଦେହ ଜନକ ଟଙ୍କା କାରବାର।
ପାଖାପାଖି ୬ ଟି ବ୍ୟାଙ୍କ୍ ଏକାଉଣ୍ଟ୍ କୁ ଏସ ଟି ଏଫ୍ ସିଜ୍ କରିଥିବା ବେଳେ ସିଡିଆର ମଧ୍ୟ ଆନଳିଶିଶ କରିବ କ୍ରାଇମ୍ରାଞ୍ଚ୍ ଏସ ଟି ଏଫ୍। ତେବେ ଇସାନ୍ ବୁଖରିଙ୍କୁ ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରା ଉଚୁରା କରିବ କ୍ରାଇମବ୍ରାଞ୍ଚ ଏସ ଟି ଏଫ୍ ଏଥିପାଇଁ ଚଣ୍ଡିଖୋଲ କୋର୍ଟରେ ଆଜି ରିମାଣ୍ଡ ଆବେଦନ କରିବ। ତେବେ ରଗଡ଼ି ଉପକାରାଗାରରେ ଥିବା କାଶ୍ମୀର ଆତଙ୍କିକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ୪ ଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଆଜି ଚଣ୍ଡିଖୋଲ କୋର୍ଟରେ ହାଜର ପରେ କ୍ରାଇମବ୍ରାଞ୍ଚ ଏସ ଟି ଏଫ୍ ରିମାଣ୍ଡରେ ନେଇ ଓଗାଳିବ ଅଧିକ ତଥ୍ୟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର