ଖେଳ ପଡିଆରେ ଆହାତ କ୍ରିକେଟ ଖେଳଳୀଙ୍କ ମୃତ୍ୟୁ
·2 years ago·1 min read

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ମିନିଷ୍ଟାଡିୟମରେ କ୍ରିକେଟ ଖେଳୁ ଥିବା ଜଣେ ଖେଳାଳିଙ୍କ ଅବିଶ୍ୱସନୀୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ମୃତ ଖେଳାଳୀ ଜଣଙ୍କ ହେଲେ ମାଣତ୍ରୀର ବୈଦନାଥ କରଙ୍କ ଏକ ମାତ୍ର ପୁଅ ବିକାଶ । ବୟସ 28 ବର୍ଷ ।
ରବିବାର ସାଙ୍ଗମାନଙ୍କ ସହିତ କ୍ରିକେଟ ଅଭ୍ୟାସ ମ୍ୟାଚ ଖେଳୁଥିବା ବେଳେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସାଥି ଖେଳାଳୀ ତାଙ୍କୁ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମାଣତ୍ରୀ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: