କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ
·2 years ago

ଅର୍ଗସ ବ୍ୟୁରୋ: କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପୋର୍ଟ ମେଡିକାଲରେ ଭର୍ତି । କୋକେନ ଜବତ ଘଟଣାରେ ଅଟକ ଥିଲେ କ୍ରିୟୁ ସଦସ୍ୟ । ସଦସ୍ୟ ଜଣ ଭିଏତନାମ୍ ର ନାଗରିକ ବୁଇ କଂ ହୁ ହୋଇଥିବା ବେଳେ ଦେବୀ ଜାହାଜରେ ପିଆଇସିଟି କମ୍ପାନୀର ବର୍ଥକୁ ପଣ୍ୟ ନେବାପାଇଁ ଆସିଥିଲା ଏହି ଜାହାଜ ।
ଗତ ଡିସେମ୍ବର 1 ତାରିଖରେ ଜାହାଜରୁ 220 କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ 21 କ୍ରିୟୁ ମେମ୍ବରଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ । ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ୍ ଏରିଆରେ ଯାଇଥିବା ବେଳେ କିଭଳି କ୍ରିୟୁ ମେମ୍ବର ଜଣକ ସମୁଦ୍ର ଭିତରକୁ ଡେଇଁଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: