Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଡମିଟ କାର୍ଡରେ ପକ୍ଷୀ , କୋଚିଂ ସେଣ୍ଟର ଶିକ୍ଷକଙ୍କ ଫଟୋ

Odisha

ଆଡମିଟ କାର୍ଡରେ ପକ୍ଷୀ , କୋଚିଂ ସେଣ୍ଟର ଶିକ୍ଷକଙ୍କ ଫଟୋ

Manini Pattanayak
Browse all articles by Manini Pattanayak
·2 years ago·2 min read
ଆଡମିଟ କାର୍ଡରେ ପକ୍ଷୀ , କୋଚିଂ ସେଣ୍ଟର ଶିକ୍ଷକଙ୍କ ଫଟୋ

ଭୁବନେଶ୍ୱର: ଜୁନିୟର ଶିକ୍ଷକ ନିଯୁକ୍ତିରେ ମହାଦୁର୍ନୀତି । ପିଲାଙ୍କ ଆଡମିଟ୍ କାର୍ଡରେ ପକ୍ଷୀ, କୋଚିଂ ସେଣ୍ଟର ଶିକ୍ଷକଙ୍କ ଫଟୋକୁ ନେଇ ଉଠିଛି ବିବାଦ। । ମାହୋଲ ମାଣ୍ଡା ପରୀକ୍ଷାର୍ଥୀଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ଭଳି ଓଡ଼ିଶାର କିଏ ସେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୂଖାର୍ଜୀ ? ଏଭଳି ପ୍ରଶ୍ନ କରି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି ।  
 କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବଡ ହେରଫେରର ବଡ଼ ଅଭିଯୋଗ। ଲୋୟର ପିଏମଜିରେ ଶହ ଶହ ଆଶାୟୀ ଶିକ୍ଷକ ଙ୍କ ଧାରଣା ହରତାଳ । ଦ୍ବିତୀୟ ଦିନରେ ବି ଶୁକ୍ରବାର ଭୁବନେଶ୍ବରରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି। ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ନା ମାହୋଲ ମାଣ୍ଡା ଓ ବାପାଙ୍କ ନା ମାହୋଲ ମାଣ୍ଡା ପ୍ରୋକୁ ନେଇ ଉଠିଛି ବିବାଦ। ଏଭଳି କି ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ବଦଳରେ ପକ୍ଷୀର ଫଟୋ ଲାଗିବା ଘଟଣା ଆଶାୟୀ ଶିକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ସ୍ଥିତିରେ କଟ ଅଫ୍ ତାଲିକା ପ୍ରକାଶ ନକରି କିପରି ମେରିଟ୍ ଲିଷ୍ଟ ପ୍ରକାଶ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ଶିକ୍ଷକ। ..

 ସେପଟେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ୧୦୦୦ କୋଟିର ଦୁର୍ନୀତିର ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି । ମୋହୋଲ ମାଣ୍ଡା ଓ ପକ୍ଷୀ ଫଟୋ ଥିବା ରୋଲ ନମ୍ବର ମେରିଡ ଲିଷ୍ଟ କୁ କିପରି ଆସିଲା ? ଉତ୍ତର ଖାତା ଉପରେ ୨୪ ହଜାର ପିଲା ଅବଜେକସନ୍ କରିଥିବା ବେଳେ କାହିଁକି ଏକ୍ସପର୍ଟଙ୍କ ମତ ନେଇ ନର୍ମାଲାଇଜେଶନ ଉତ୍ତର ବାହାର କରା ଗଲା ନାହିଁ ? ୨୦ ହଜାର ନିଯୁକ୍ତି ପ୍ରକ୍ରିୟାରେ କେତେ ସ୍ବଚ୍ଛତା ଥିଲା ଏହାର ଉତ୍ତର ସରକର ରଖିବେ କି ବୋଲି ବିଜେପି ପ୍ରଶ୍ନ କରିଛି ଯାହାର ଜବାବ ରଖିଛି ବିଜେଡି । 

ତେବେ ବାବାଦ ଉଗ୍ର ରୂପ ନେବା ପରେ ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆଡମିଟ୍ କାର୍ଡ ତିଆରି କରାଯାଇଛି ଓ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବା ପରେ ସମସ୍ତ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ ବୋଲି ସ୍ପଷ୍ଟିକରଣ ଦେଇଛି  ଓସେପା ।   ଶିକ୍ଷକ ଚାକିରୀ ରେ ଅନିୟମିତତା ଓ ଘୋଟାଲା ନେଇ କିଛି ମାସ ପୂର୍ବେ ପଶ୍ଚିମବଙ୍ଘ ର ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଟ ଅର୍ପିତା ମୁଖାର୍ଜୀ ଙ୍କୁ ଗିରଫ କରିଥିଲା ଇଡି । ଶହ ଶହ କୋଟି ଟଙ୍କା ଜବତ ବି ହୋଇଥିଲା। ପୂର୍ବରୁ ଓଡିଶାରେ ମଧ୍ୟ ଓଏସଏସସି ରେ ପଶ୍ନପତ୍ର ଲିକ କଥା ସାମ୍ନା କୁ ଆସିଛି ।  ଏବେ ପ୍ରଶ୍ନ ମଦ ଦୂର୍ନ୍ନିତି ପରି ଓଡିଶା ରେ ହୋଇନି ତ ଶିକ୍ଷକ ନିଯୁକ୍ତି ରେ ବଡ ଦୁର୍ନ୍ନିତି ? ଚାକିରୀ ଦେବାରେ  ଅନିୟମିତତା ପଛରେ କିଏ ସେ ବଡ ବଡିଆ ବାବୁ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Education Next Season 5
Sponsored
Corruption in recruitment of junior teachers. | Argus English