କାମ ନ ସରୁଣୁ ଉଠିଗଲାଣି କଂକ୍ରିଟ, 86 ଟଙ୍କା କୋଟି ପାଣିରେ

ଅର୍ଗସ ବ୍ୟୁରୋ: B ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀଙ୍କ ଏବଂ ଚାଷର ଉନ୍ନତି ପଇଁ କେତେ କଣ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି l ଚାଷୀ ଯେମିତି ଆର୍ଥିକ ସ୍ଵଛଳ ହେବାସହ ଉନ୍ନତ ମାନର ଚାଷ କାର୍ଯ୍ୟ କରିପାରିବେ l ଚଳିତ ଥର ପଟେରୁ ଜଳସେଚନ ପ୍ରକଳ୍ପ, ଜଳ ସମ୍ପଦ ବିଭାଗ ତରଫରୁ ତାମସା ମୁଖ୍ୟ କେନାଲ କଂକ୍ରିଟ ଲାନିଙ୍ଗ ଓ ଉନ୍ନତିକାରଣ ନିମନ୍ତେ 85କୋଟି 64ଲକ୍ଷ 15ହଜାର 806ଟଙ୍କା ବ୍ୟୟ ରେ ଦୀର୍ଘ 20ବର୍ଷ ପରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି l
ଯାହା ଓସିସି କୁ ଦାୟିତ୍ୱ ପ୍ରଦାନ କରାଯାଇ 10.03.2023 କାର୍ଯ୍ୟ ଆରମ୍ଭ କରି 09.09.2024 କାର୍ଯ୍ୟ ଶେଷ କରିବା ସମୟ ଧାର୍ଯ୍ୟ କରାଯାଇଛି l ଫଳରେ ଜିଲ୍ଲାର କୋରୁକୋଣ୍ଡା, କାଲିମେଳା, ମାଲକାନଗିରି ଏବଂ ପଡିଆ ବ୍ଲକର ହଜାର ହଜାର ଏକର ଚାଷ ଜମିରେ ସୁଷମ ଜଳ ବଣ୍ଟନ ହେଇପାରିବ l କିନ୍ତୁ କାର୍ଯ୍ୟ ଆରମ୍ଭ ହେବା କିଛି ଦିନ ପୂର୍ବରୁ ଆତି ନିନ୍ନମ ମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳୁଛି l ପ୍ରତ୍ୟକ ସ୍ଥାନରେ କଂକ୍ରିଟ ଫାଟି ଆଁ କଲାଣି l ଏସ୍ଟିମେଟ ଆନୁଯାଇ ନୀତି ନିୟମ ଅନୁଯାଇ କୌଣସି ଗୋଟିଏ ମଧ୍ୟ କାର୍ଯ୍ୟ ହେଉନାହିଁ l
ପାଖାପାଖି 86କୋଟି ଟଙ୍କା ରେ କଂକ୍ରିଟ ଏବଂ ଉନ୍ନତି କାର୍ଯ୍ୟରେ ଯେଉଁ ଭଳି ଭାବରେ ନିନ୍ନମ ମାନର କାର୍ଯ୍ୟ ଜାରି ରହିଛି ସେ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ l କିନ୍ତୁ ବିଭାଗୀୟ ଅଧିକାରୀ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି l ଏବଂ କାର୍ଯ୍ୟ ସଠିକ ଭାବରେ ଚାଲୁ ରହିଥିବା ସଫେଇ ଦେଇଛନ୍ତି lନିରୀହ ଆଦିବାସୀ ଚାଷୀଙ୍କ ଚାଷ ନିମନ୍ତେ ଖର୍ଚ୍ଚ କରାଯାଉଥିବା କୋଟି କୋଟି ଟଙ୍କା କୁ ଆତ୍ମସାତ କରିବା ଅଭିଯୋଗ ଜଦି ସତ୍ୟ ହୋଇଥାଏ ତେବେ ଏହା ସାଙ୍ଘାତିକ l ଏଣୁ ଏହାର ଉଚ୍ଚ ତଦନ୍ତ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହେଉଛି l
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: