Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତୁଟିଲା ବିବାଦ , ଆଜି ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

Odisha

ତୁଟିଲା ବିବାଦ , ଆଜି ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

Swayangprajna Mishra
Browse all articles by Swayangprajna Mishra
·2 years ago
ତୁଟିଲା ବିବାଦ , ଆଜି ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଅର୍ଗସ ବ୍ୟୁରୋ : ଶେଷରେ ତୁଟିଲା ବିବାଦ । କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗତକାଲି ବିଳମ୍ବିତ ରାତିରେ ଧବଳେଶ୍ବର ମନ୍ଦିରର ସେବାୟତଙ୍କ ସହ ବିବାଦ ତୁଟିଛି । ସେବାୟତଙ୍କ ତିନି ଦାବି ଖୁବ୍ ଶୀଘ୍ର ପୂରଣ ହେବାର ପ୍ରତିଶୃତି ପରେ ଧାରଣାରୁ ଉଠିଛନ୍ତି ସେବାୟତ। ଯାହାଫଳରେ ଭକ୍ତମାନେ ଆଜି ସୁରୁଖୁରୁରେ ଦିଅଁ ଦର୍ଶନ କରୁଛନ୍ତି ।ଗତକାଲି ବ୍ୟାରିକେଟ୍‌ ପାଇଁ ଧବଳେଶ୍ବର ପୀଠରେ ମୁହାଁମୁହିଁ ହୋଇଥିଲେ ପ୍ରଶାସନ ଓ ପୂଜକ । 

ଅଧିକ ପଢନ୍ତୁ : ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ : ଉପଜିଲ୍ଲାପାଳ

ବ୍ୟାରିକେଟ୍ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଫଳରେ ସକାଳ ୧୦ଟାରୁ ମନ୍ଦିର ଦ୍ବାର ବନ୍ଦ ରହିଥିଲା । ମନ୍ଦିର ମୁଖ୍ୟ ଦ୍ବାରରେ ତାଲା ପକାଇଥିଲେ ଜକ ସମାଜ । ଦ୍ବିତୀୟ ପଞ୍ଚୁକରେ ମନ୍ଦିର ବାହାରେ ହଜାର ହଜାର ଭକ୍ତ ଧାଡିରେ ଛିଡ଼ା ହୋଇଥିଲେ । ବିବାଦ ତୁଟିବା ପରେ ଆଜି ଦର୍ଶନ କରିବେ ଭକ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Controversy settled, devotees will see lord dhabaleswar today | Argus English